csstore

ବଲାଙ୍ଗିର ଦିନ୍‌ ପାଳନ ପାଇଁ ପିଠାମଣ୍ଡା ପ୍ରତିଯୋଗିତା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ନଭେମ୍ବର ୧ ତାରିଖ ଦିନ ବଲାଙ୍ଗିର ଦିନ ଉତ୍ସବ ପାଳନ ହେବାକୁ ଯାଉଛି । ଏହି ଉତ୍ସବକୁ ଆହୁରୀ ହର୍ଷ ଉଲ୍ଲାସ କରିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ତଥା ପ୍ରତିଯୋଗିତା ମାନ ଅନୁଷ୍ଠିତ ହେଉଥିବା ବେଳେ ଏହି କ୍ରମରେ ଆଜି ସ୍ଥାନୀୟ ଯାଦବ ଭବନ ଠାରେ ମାହେଶ୍ୱରୀ ସଂଗଠନର ମହିଳା ଶାଖା ପକ୍ଷରୁ ପିଠାମଣ୍ଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ମା’ ଭଉଣୀମାନଙ୍କ ସହ ଶ୍ରାବଣୀ ମେହେର, ରିଙ୍କି ରାଉତ, ଚିନ୍ମୟୀ ବୀର, ରଞ୍ଜୁ ମନହୀରା, ଗୋପେଶ୍ୱରୀ ସାହୁ, ପୁଷ୍ପାଞ୍ଜଳି ବୁଡେକ, ତପସ୍ୱିନୀ ପଶାୟତ, ଜୋସ୍ନାମୟୀ ଦାସ, ସିଦ୍ଧି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ, ସତ୍ୟସାଇ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ, ଜ୍ୟୋର୍ତିମୟୀ ସାହୁ, ଧରିତ୍ରୀ ସାହୁ ପ୍ରମୁଖ ପ୍ରତିଯୋଗୀ ଭାବେ ଅଂଶ ଘ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶ୍ରୀମତୀ ଲିଲି ପଟେଲ । ଏଥରେ ଅତିଥି ଭାବେ ରୀନା ସାହୁ, କସ୍ତୁରୀ ରଥ, ରାମଜୀ ପ୍ରସାଦ ସାହୁ ଓ ବ୍ୟାସଦେବ ନନ୍ଦ ଯୋଗଦାନ କରିଥିଲେ । ତେବେ ଏହି ପ୍ରତିଯୋଗିତାରେ ଯୋଗଦାନ କରିଥିବା ସମସ୍ତ ପ୍ରତିଯୋଗୀ ମାନଙ୍କୁ ବଲାଙ୍ଗିର ଦିନ୍‌ ପାଳନ ସମୟରେ ପ୍ରମାଣ ପତ୍ର ପ୍ରଦାନ କରାଯିବ ବୋଲି କୁହାଯାଇଛି ।

jayashree
Leave A Reply

Your email address will not be published.