pr

ଫସଲ ବୀମା ପ୍ରଦାନ ଦାବୀରେ ସଇଁତଲା ତହସିଲ ଅଫିସ ଘେରିଲେ ଚାଷୀ : ବୀମା ରାଶି ପ୍ରଦାନ ନ କଲେ ୩୦ରେ ରାସ୍ତାରୋକ ପାଇଁ ଚେତାବନୀ 

dr. purohit

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ତହସିଲ ଅନ୍ତର୍ଗତ ଡେଙ୍ଗ, ସଇଁତଲା, କୁମ୍ଭାରୀ, ତାଳବାହାଲ, ବିବିନା, କନ୍ଧକେଲଗାଁ, ଭଦ୍ରା, ଗଣ୍ଡପତ୍ରାପାଲି, କୁଇକେଡ଼ା, ଜୁରାବନ୍ଦ, ଝିଙ୍କିଡୁଙ୍ଗୁରି, ଟିକ୍ରାପଡା ଓ କଅଁସର ପଞ୍ଚାୟତର ଚାଷୀଙ୍କୁ ଗତ ୨୦୨୧ ଖରିଫ ଫସଲ ବୀମା ପ୍ରଦାନ ଦାବୀରେ ଗତ ସୋମବାର ଦିନ ଟିଟିଲାଗଡ଼ ବିଜେପି ନେତା ତଥା ବିଧାୟକ ପ୍ରାର୍ଥୀ ମହେନ୍ଦ୍ର ଠାକୁରଙ୍କ ନେତୃତ୍ୱରେ ତହସିଲ କାର୍ଯ୍ୟାଳୟକୁ ଘେରାଉ କରାଯାଇଥିଲା । ଏଥିରେ କୃଷି ବିଭାଗ ଓ ସଂପୃକ୍ତ ବୀମା କମ୍ପାନିର ମଧୁଚନ୍ଦ୍ରିକା ଯୋଗୁଁ ବ୍ଲକ ବିଭିନ୍ନ ପଞ୍ଚାୟତର ଚାଷୀମାନେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରୁ ବାଦ ପଡିଥିବା ଚାଷୀମାନେ ଅଭିଯୋଗ କରିଥିଲେ । ତୃଟିପୂର୍ଣ୍ଣ ଫସଲ ଅମଳ ପରୀକ୍ଷା ରିପୋର୍ଟ ପ୍ରଦାନ କରାଯାଇଥିବା ନେଇ ଚାଷୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଥିଲା । ଆସନ୍ତା ୨୯ ତାରିଖ ସୁଦ୍ଧା ବୀମା ରାଶି ଟଙ୍କା ପ୍ରଦାନ କରା ନ ଗଲେ ୩୦ ତାରିଖ ଦିନ ବାଧ୍ୟ ହୋଇ ୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏହି ଅବସରରେ ବଲାଙ୍ଗିର ଜିଲ୍ଲାପାଳ ଉଦ୍ଦେଶ୍ୟରେ ସଇଁତଲା ତହସିଲଦାର ସୁରେନ୍ଦ୍ର ମେହେରଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ସାଂସଦଙ୍କ ପ୍ରତିନିଧି ଅକ୍ଷୟ ରଣା, ଚାଷୀ ଉଦୟ ପ୍ରଧାନ, ବିରଞ୍ଚି ରଣା, ରାଜୁ ସାହୁ, ସରୋଜ ସାହୁ, ଗୌର ରଣା, ରାମ ରଣା, ଗରିବ ମଲ୍ଲିକ, କନ୍ଦର୍ପ ବଗର୍ତି, ଲମ୍ବୋଦର ବଗର୍ତି, ପଙ୍କଜ ସାହୁ, କମଳ ପ୍ରଧାନ, ଗୋବିନ୍ଦ ସାହୁ, ସନ୍ୟାସୀ ସାହୁ, ଦୁର୍ଯ୍ୟାଧନ ରଣା, ହରି ସାହୁ, ଗତିକୃଷ୍ଣ ସାହୁଙ୍କ ସମେତ ସମସ୍ତ ପଞ୍ଚାୟତ ଚାଷୀମାନେ ସାମିଲ ହୋଇଥିଲେ । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା ।

nrusinghnath
Leave A Reply

Your email address will not be published.