ରୋଗାଗ୍ରସ୍ତ ସ୍ୱାମୀ ସ୍ତ୍ରୀ ପାଉନାହାନ୍ତି ଭତ୍ତା

ତୁରେକେଲା, (କୈଳାଶ ସଗ୍ରିଆ) : ସଂପୃକ୍ତ ବ୍ଲକ୍‌ ଅନ୍ତର୍ଗତ ହିଆଲ ଗ୍ରା.ପ.ର କର୍ଲାବାହାଲି ଗାଁ ବାସିନ୍ଦା ରେଙ୍ଗଟୁ ମାଝି(୬୦) ଓ ତାଙ୍କ ସ୍ତ୍ରୀ ଜୟନ୍ତୀ ମାଝି(୬୦) ବାତରୋଗରେ ରୋଗାଗ୍ରସ୍ତ ହେବାପରେ ଆଉ କାମ କରି ପାରୁନାହାନ୍ତି । ତେବେ ତାଙ୍କୁ ମୁଠାଏ ଖାଇବାକୁ ମିଳିବା ବି କଷ୍ଟସାଧ୍ୟ ହୋଇପଡ଼ିଛି । ଏମିତି ବେଳେ ସରପଞ୍ଚ ଏବଂ ବିଡ଼ିଓଙ୍କୁ ସେମାନେ ଅନେକ ଥର ନିଜର ଦୁଃଖ ଜଣାଇଥିବା କହିଛନ୍ତି । ତେବେ ତାଙ୍କୁ ଯଥାଶୀଘ୍ର ଭତ୍ତା ପ୍ରଦାନ ବ୍ୟବସ୍ଥା କରାଯିବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.