oom

ଝାଏଁରେ ବନ୍ଧପାଲି କଲାପଟା ସାହିତ୍ୟ ପତ୍ରିକାର ଷଷ୍ଠ ବାର୍ଷିକ ଉତ୍ସବ

jsmm

ବରଗଡ, (ନିରୋଜ କୁମାର ପାଣୀ) : ବରପାଲି ନିକଟସ୍ଥ ବନ୍ଧପାଲି ଗ୍ରାମରେ ଝାଏଁରେ ବନ୍ଧପାଲି କଲାପଟା ସାହିତ୍ୟର ଷଷ୍ଠ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସଂସଦର ସମ୍ପାଦକ ଭରତ ନାଏକ ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣ ଦେଇଥିଲେ । ସଭାପତି ଭରତ ମେହେର ବାର୍ଷିକ ବିବରଣୀ ପାଠ କରି ସଭା କାର୍ଯ୍ୟ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ହାସ୍ୟ / ବ୍ୟଙ୍ଗ କବି ଗୁଣ ରଞ୍ଜନ ସାଲିମା ଯୋଗଦେଇ କଲାପଟା ଓ ମଞ୍ଚ ପୁଜା କରିଥିଲେ । ମୁଖ୍ୟବକ୍ତା ଭାବେ ବ୍ୟଙ୍ଗ କବି ସଚ୍ଚି ପଣ୍ଡା, ସମ୍ମାନିତ ବକ୍ତା ଭାବେ ବିପ୍ଲବୀ କବି ନିତିଶ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ କିଶୋର ସାହୁ ଯୋଗଦେଇ ଝାଏଁରେ କଲାପଟା ସାହିତ୍ୟର ଉଚ୍ଚ ପ୍ରଶଂସା କରିଥିଲେ ଓ ସମ୍ବଲପୁରି ଭାଷା ପ୍ରତି ଏହାର ଯଥେଷ୍ଟ ଅବଦାନ ଅଛି ବୋଲି ମତବ୍ୟକ୍ତ କରିଥିଲେ । ଦିତୀୟ ଅଧିବେଶନ ବ୍ୟଙ୍ଗ କବିତା ଆସରରେ ହାସ୍ୟ / ବ୍ୟଙ୍ଗ କବି ଦେବେନ୍ଦ୍ର ସାହୁ, କବି ଗୁଣସାଗର ସାହୁ, ଡୋଲାମଣି ପଧାନ, କୁମୁଦ ବାରିକ୍ କବିତା ମାଧ୍ୟମରେ ହାସ୍ୟ ରୋଲ ସୃଷ୍ଟି କରିଥିଲେ । କବି ପ୍ରସନ୍ନ ପ୍ରୟାସ ଭୁଏଙ୍କୁ ଝାଏଁରେ କଲାପଟା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ଛୋଟ ବଡ ପିଲାଙ୍କୁ ନେଇ ସମ୍ବଲପୁରି ନୃତ୍ୟ ପରିବେଷଣ କରାଯାଇଥିଲା । ଅନୁଷ୍ଠାନର ସଦସ୍ୟ ମୋତିରାମ ମେହେର, ହରି ମେହେର, ଓମ୍ ପ୍ରକାଶ ମେହେର, ଦିପକ୍ ଗୋଏଲ, ଭାଗିରଥି ବିଭାର, ରୋହିତ ସାହୁ, ଉମାକାନ୍ତ ସାହୁ, ଲଳିତ ମେହେର, ବାଳକୃଷ୍ଣ ମେହେର, ପ୍ରଦିପ ରାଉତ, ଯୋଗେଶ ବର୍ଗାଏ, ପ୍ରଦିପ ମେହେର,ସିନୁ ଚ୍ଚେଟି, ମୁକେଶ ଦାଶ, ଅଶ୍ଵିନୀ ସେଠ୍, କ୍ଷିରସିନ୍ଧୁ ଭୋଇ, ଅନନ୍ତ ମହାପାତ୍ର , ବିକାଶ ମେହେର ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ଓ ଶେଷରେ ବୈଦ୍ୟନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ନିରୋଜ କୁମାର ପାଣୀ

jittmm
Leave A Reply

Your email address will not be published.