csstore

ଜନମ ମାଏଟ ବଚାଓ ସଂଘର୍ଷ ସମିତିର ନୁଆଁଖାଇ ଭେଟଘାଟ

ପାଟଣାଗଡ଼ : ପାଟଣାଗଡ଼ ବ୍ଲକ ବଥର୍ଲା ପଞ୍ଚାୟତ ବଞ୍ଜାରୀ ଅଲେଖ ମହିମା ବାବା ମଠ ଠାରେ ଜନମ ମାଏଟ ବଚାଓ ସଂଘର୍ଷ ସମିତିର ନୁଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ସଭା ପୂର୍ବରୁ ଦେବାଦେବୀ ପୂଜନ ପରେ ସମିତିର ବରିଷ୍ଠ ସଦସ୍ୟ ପ୍ରଶାନ୍ତ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅଣ ତିରିଶ ଖଣ୍ଡ ଗାଁର କର୍ମକର୍ତା ଯୋଗଦାନ କରିଥିଲେ । ନୁଆଁଖାଇ ଏକ କୃଷିଭିତ୍ତିକ ଗଣପର୍ବ, ଭାଇଚାରାର ପର୍ବ,ରାଗ ରୁଷା ମାନ ଅଭିମାନ ଭୁଲି ସ୍ୱାଭିମାନ ସହ ମିଳାମିଶାର ପର୍ବ, ଏକତା ଅଖଣ୍ଡତାର ପର୍ବ । ଏହି ମହାନ ଗଣପର୍ବ ର ବିଶେଷତ୍ୱ ରହିଛି କୃଷି ବର୍ଷ ଆରମ୍ଭରୁ ଯେତେବେଳେ ସରିଆ ଧାନ ବତରୀ (ପରିପକ୍ୱ )ଯିବାକୁ ହେଉଥାଏ ସେ ସମୟରେ ଯଥା ଭାଦ୍ରବ ମାସ ପଞ୍ଚମୀ ତିଥିରେ ଏହି ଦିନକୁ ସାରା ପଶ୍ଚିମ ଓଡିଶା ତଥା ରାଜ୍ୟ ବାହାରେ, ପ୍ରବାସୀ ମାନେ ମଧ୍ୟ ପାଳନ କରିଥାନ୍ତି । ପରିବାରର ଯେ କୌଣସି ସଦସ୍ୟ ଯେ କୌଣସି ସ୍ଥାନରେ ଥିଲେ ସୁଦ୍ଧା ଏହି ପର୍ବରେ ଘର ବାହୁଡା଼ ହୋଇଥାନ୍ତି ଓ ଏହି ପର୍ବରେ ସାମିଲ ହୋଇଥାନ୍ତି । ପରିବାର ପରିବାର ମଧ୍ୟରେ ଥିବା ଗାଳି ଝଗଡା ମାର ପିଟ, ରାଗ ରୁଷା, ମାନ ଅଭିମାନ କୁ ଭୁଲି ସମସ୍ତେ ଏକାଠି ହୋଇଥାନ୍ତି । ନୁଆଁଖାଇ ଜୁହାର ମାଧ୍ୟମରେ ଭାବର ଆଦାନ ପ୍ରଦାନ ସହ ଛୋଟ ମାନେ ବଡ଼ ଓ ଗୁରୁଜନ ମାନଙ୍କ ଠାରୁ ଆଶୀର୍ବାଦ ନେଇଥାନ୍ତି । ତିନି ଚାରି ଦିନ ଧରି ଏହି ପର୍ବକୁ ଧୂମଧାମରେ ପାଳନ କରିଥାନ୍ତି । ନୁଆଁଖାଇର ଅନେକ ଦିନ ବିତି ଯାଇଥିଲେ ସୁଦ୍ଧା ସାମାଜିକ ସଂଗଠନ ମାନେ, ରାଜନୈତିକ ଦଳ ମାନେ, ସହ ପାଠୀ ମାନେ ନୁଆଁଖାଇ ଭେଟଘାଟ ଅନେକ ଦିନ ଧରି ଚାଲିଥାଏ ସେଭଳି ଆଜି ସମିତି ମଧ୍ୟ ନୁଆଁଖାଇ ଭେଟଘାଟ କାର୍ୟ୍ୟକ୍ରମ ଆୟୋଜନ କରି ଅଣତିରିଶ ଗୋଟି ଗ୍ରାମର ଏକତା ଅଖଣ୍ଡତା କୁ ବଜାୟ ରଖିବା ପାଇଁ ସଂକଳ୍ପ ନେଇଛନ୍ତି । ଆଗାମୀ ଦିନରେ ଯେ କୌଣସି ସମସ୍ୟା ସାମ୍ନାକୁ ଆସିଲେ ସମସ୍ତେ ଏକାଠି ହୋଇ ତାର ଉଚିତ ଜବାବ ଦେବାକୁ ଶପଥ ନେଇଛନ୍ତି । ଆଜିର କାର୍ୟ୍ୟକ୍ରମକୁ ସମିତିର ଗିରିରାଜ ଭୋଇ ପରିଚାଳନା କରିଥିବାବେଳେ ପ୍ରକାଶ ସାହୁ ଧନ୍ୟବାଦ ଅର୍ପଣ ଲାରିଥିଲେ । ସଭାରେ ଶତାଧିକ ସଂଗ୍ରାମୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.