ଗ୍ରାମ-ପଞ୍ଚାୟତସ୍ତରୀୟ ପିଅନଙ୍କୁ ପାରିଶ୍ରମିକ ବୃଦ୍ଧି ପାଇଁ ବିକ୍ଷୋଭ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବୃହତ୍ତମ ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକରେ ୫୦୩ଟି ଗ୍ରାମପଞ୍ଚାୟତସ୍ତରରେ ନିୟୋଜିତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ପାରିଶ୍ରମିକ ପ୍ରାପ୍ୟ ଅତ୍ୟନ୍ତ ନିମ୍ନସ୍ତରର ରାଶି ଅଟେ । ପଞ୍ଚାୟତ ଅଫିସ୍‌ରେ କାମ କରି ବର୍ଷ ବର୍ଷ ବିତି ଯାଇଥିବା ବେଳେ ସରକାର ନ ଶୁଣିବା ହେତୁ ଗଞ୍ଜାମ ଜିଲ୍ଲାର ଏହି ବର୍ଗର କର୍ମଚାରୀଙ୍କ ପରିସ୍ଥିତି ଅତ୍ୟନ୍ତ ଦୟନୀୟ ହୋଇପଡିଛି । ଆଜି ସେମାନଙ୍କ ଜୀବିକା ଅତ୍ୟନ୍ତ ଶୋଚନୀୟ ଆଡ଼କୁ ଗତି କରିଛି । ସେମାନଙ୍କୁ ମାସିକ ପ୍ରାପ୍ୟ ହିସାବରେ ୩ଶହ ଟଙ୍କାରୁ ୭ଶହ ଅବା ୧୨ଶହ ଟଙ୍କା ପର୍ଯ୍ୟନ୍ତ ପଞ୍ଚାୟତର ସ୍ଥିତିକୁ ଭିତ୍ତି କରି ଦିଆଯାଇଥାଏ । ପ୍ରକାଶ ଥାଉକି, ଓଡିଶା ଗ୍ରାମ ପଞ୍ଚାୟତସ୍ତରୀୟ ଚତୁର୍ଥ ଶ୍ରେଣୀ କର୍ମଚାରୀ ଗଞ୍ଜାମ ଜିଲ୍ଲା ସଂଘ ପକ୍ଷରୁ ପାରିଶ୍ରମିକ ପ୍ରାପ୍ୟ ରାଶି ବୃଦ୍ଧି କରିବା ନିମନ୍ତେ ଗୁରୁବାର ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ କାର୍ଯ୍ୟରତ ପିଅନ, ଝାଡୁଦାର ଓ ରାତ୍ର ଜଗୁଆଳି ଭାବେ ବହୁତ ବର୍ଷରୁ କାର୍ଯ୍ୟ କରିଆସୁଛନ୍ତି । ସ୍ୱଳ୍ପ ପାରିଶ୍ରମିକରେ ସେମାନଙ୍କ ପରିବାର ପ୍ରତିପୋଷଣ କରିବା ଖୁବ୍ କଷ୍ଟକର ହେଉଛି ବୋଲି ଅତ୍ୟନ୍ତ କ୍ଷୋଭ ପ୍ରକାଶ କରି କହିଛନ୍ତି । ଓଡିଶା ସରକାରଙ୍କଠାରେ ଗୁହାରୀ କରିବା ପୂର୍ବକ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉକ୍ତ ଦାବୀ ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ନିଶ୍ଚିତ ରୂପେ ଏହାକୁ କାର୍ଯ୍ୟକାରୀ କରିବାକୁ ଦାବୀ କରିଛନ୍ତି । ଏହାକୁ କାର୍ଯ୍ୟକାରୀ କରାନଗଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ପ୍ରଶାସନ ଆଗରେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.

fifteen + one =