om academy

ବଲାଙ୍ଗିର ସଂସ୍କୃତ ପରିଷଦର ବୈଠକ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଂସ୍କୃତିକ ପରିଷଦର ବୈଠକ ସ୍ଥାନୀୟ ନୃସିଂହ ମନ୍ଦିର ପରିସରରେ ହୋଇଯାଇଛି । ସଭାପତି ନୀଳମଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୋଷାଧ୍ୟକ୍ଷ ରାଜକିଶୋର ପଣ୍ଡା, ଭାରତୀୟ ସଂସ୍କୃତିକୁ ଭିତ୍ତିକରି ‘କନ୍ୟା ରତ୍ନ’ର ମହତ୍ତ୍ୱ ବୁଝାଇଥିଲେ । ରାମାୟଣ, ମହାଭାରତ, ଭାଗବତ, ଉପନିଷଦ ତଥା ଅଭିଜ୍ଞାନ ଶକୁନ୍ତଳାର ବିଭିନ୍ନ ଚରିତ୍ରକୁ ଆଧାର କରି ପୁତ୍ରର ସଂଜ୍ଞା ଓ କନ୍ୟାରତ୍ନର ସଂଜ୍ଞା ମଧ୍ୟରେ ଥିବା ସାମଞ୍ଜସ୍ୟ ଓ ତାରତମ୍ୟକୁ ସେ ବୁଝାଇଥିଲେ । ଶେଷରେ ପର୍ଶୁରାମ ନାୟକ ଧନ୍ୟବାଦ ଦେଇଥିଲେ । ସଂପାଦକ ଜୟରାମ ମିଶ୍ରଙ୍କ ଆହ୍ୱାନକ୍ରମେ ଅନୁଷ୍ଠିତ ବୈଠକରେ ଜଗଦୀଶ ପ୍ରସାଦ ନାଥ, ବିଶ୍ୱନାଥ ଶତପଥି, ପୁରୁଷୋତ୍ତମ ପଣ୍ଡା, ବନମାଲି ନନ୍ଦ, ଆହ୍ଲାଦ କୁମାର ପୁଝାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.