ସେଞ୍ଚୁରିଅନ ବିଦ୍ୟାଳୟର ସିବିଏସ୍‌ଇ ଦଶମ ଶ୍ରେଣୀର ପରୀକ୍ଷାରେ ୧୦୦% ଛାତ୍ରଛାତ୍ରୀ ପାସ୍‌ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷାରେ ୯୬% ଛାତ୍ରଛାତ୍ରୀ ପାସ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମଧ୍ୟାହ୍ନରେ ସିବିଏସ୍‌ଇ ଦଶମ ଶ୍ରେଣୀ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ ପାଇଛି । ପରୀକ୍ଷା ଫଳ ଅନୁସାରେ ସେଞ୍ଚୁରିଅନ ବିଦ୍ୟାଳୟର ଦଶମ ଶ୍ରେଣୀରେ ୧୦୦% ଛାତ୍ରଛାତ୍ରୀ ପାସ୍‌ ହୋଇଛନ୍ତି ଏବଂ ଦ୍ୱାଦଶ ଶ୍ରେଣୀର ୯୬% ଛାତ୍ରଛାତ୍ରୀ ପାସ୍‌ ହୋଇଛନ୍ତି । ଦଶମ ଶ୍ରେଣୀରେ ୧୩ ଜଣ ଛାତ୍ରଛାତ୍ରୀ ୯୦% ନମ୍ବର ରଖି ବିଦ୍ୟାଳୟର ୯୦% କ୍ଲବରେ ସାମିଲ ହୋଇଥିବା ବେଳେ ଦ୍ୱାଦଶ ଶ୍ରେଣୀରେ ୧୨ ଜଣ ଛାତ୍ରଛାତ୍ରୀ ୯୦% ନମ୍ବର ରଖି ବିଦ୍ୟାଳୟର ୯୦% କ୍ଲବରେ ସାମିଲ ହୋଇପାରିଛନ୍ତି । ଦଶମ ଶ୍ରେଣୀର ଛାତ୍ର ଦେବାଶ୍ରିତ ଷଡ଼ଙ୍ଗୀ ୯୮.୨% ମାର୍କ ରଖି ସଫଳତା ପାଇଥିବା ବେଳେ ଦ୍ୱାଦଶ ଶ୍ରେଣୀର ଛାତ୍ରୀ ପଲ୍ଲବୀ ପ୍ରିୟଦର୍ଶିନୀ ମେହେର ୯୪% ମାର୍କ ରଖି କୃତିତ୍ୱ ଅର୍ଜନ କରିଛନ୍ତି । ଦୀର୍ଘ ଦୁଇ ବର୍ଷ ଧରି କରୋନା ଯୋଗୁଁ ପିଲାଙ୍କର ପାଠ୍ୟ ଖସଡ଼ା ଓ ପରୀକ୍ଷା ପଦ୍ଧତିରେ ପରିବର୍ତ୍ତନ ଆସିଥିଲା । ଏହି ବର୍ଷ ପୁଣି ପୁରୁଣା ପାଠ୍ୟ ଖସଡ଼ା ଓ ନୂତନ ପରୀକ୍ଷା ପଦ୍ଧତି ଲାଗୁ ହୋଇଥିଲା । ଏପରି ପରିସ୍ଥିତିରେ ମଧ୍ୟ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କର ମାର୍ଗଦର୍ଶନ, ଅଭିଭାବକ ଓ ଅଭିଭାବିକାମାନଙ୍କର ସହଯୋଗ ସର୍ବୋପରି ବିଦ୍ୟାଳୟର କର୍ତ୍ତୃପକ୍ଷ ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଦୀପ ଷଡ଼ଙ୍ଗୀ, ଅଧ୍ୟକ୍ଷ ତମାଳ ଚକ୍ରବର୍ତ୍ତୀଙ୍କର ସଫଳ ପରିଚାଳନା ଯୋଗୁଁ ବିଦ୍ୟାଳୟ ଆଜି ଏହି ଉପଲବ୍ଧି ଲାଭ କରି ପାରିଛି । ବିଦ୍ୟାଳୟର ଏହି ଉଲ୍ଲେଖନୀୟ ସଫଳତା ପାଇଁ ସହରର ସବୁ ମହଲରୁ ବିଦ୍ୟାଳୟକୁ ଶୁଭେଚ୍ଛାର ସୁଅ ଛୁଟିଛି ।

Leave A Reply

Your email address will not be published.

two × 1 =