ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ବନ୍ୟା ପ୍ରଭାବିତ ଗ୍ରାମ ପରିଦର୍ଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଗଷ୍ଟ ୧ ତାରିଖରୁ ଲଗାଣ ବର୍ଷାରେ ଆଦିବାସୀ ଅଧ୍ୟୁଷିତ ସଦେଇପାଲିର (ଖାଡିଆପଡା)ରେ ବର୍ଷା ଜଳ ପଶିଯିବାରୁ ୨୫ ଗୋଟି ପରିବାର ବହୁଳ ଭାବରେ ପ୍ରଭାବିତ ହୋଇଥିଲେ । ଆଦିବାସୀ କଲ୍ୟାଣ ସଂଘର ସଭାପତି ସତ୍ୟନାରାୟଣ ଭୋଇଙ୍କ ତତ୍ତ୍ୱାବଧାନରେ ସଂଘ କର୍ମକର୍ତ୍ତାଙ୍କ ସହିତ ପଡାକୁ ଯାଇ ଶୁଖିଲା ଖାଦ୍ୟ (ଚୁଡା, ଗୁଡ, ବିସ୍କୁଟ) ବଣ୍ଟନ କରିଥିଲେ । ବଲାଙ୍ଗିର ତହସିଲଦାରଙ୍କୁ ଜଣାଇବାରୁ ତହସିଲଦାର ପ୍ରଭାବିତ ସ୍ଥଳ ପରିଦର୍ଶନ କରି ପାଣି ନିଷ୍କାସନ ନିମନ୍ତେ ସୁବ୍ୟବସ୍ଥା କରି ରନ୍ଧାଖାଦ୍ୟ ଯୋଗାଣ କରିବାକୁ ସରପଂଚ, ନାଏବ ସରପଂଚ, ୱାର୍ଡ ମେମ୍ବର ଓ କାର୍ଯ୍ୟନିର୍ବାହୀ ଅଧିକାରୀ ସଦେଇପାଲିଙ୍କୁ ନିଦ୍ଦେର୍ଶ ଦେଇଛନ୍ତି ।

Leave A Reply

Your email address will not be published.

seventeen + 11 =