pakka

ରାଣୀପୁର ଝରିଆଲକୁ ଶିକ୍ଷଣୀୟ ପରିଦର୍ଶନ

bbehera

ସିନ୍ଧେକେଲା, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି କେଭି ଡିଗ୍ରୀ କଲେଜ ଓଡିଆ ବିଭାଗର ୫୦ ଜଣ ଛାତ୍ରଛାତ୍ରୀ ରାଣୀପୁର ଝରିଆଲକୁ ଶିକ୍ଷଣୀୟ ପରିଦର୍ଶନରେ ଆସିଥିଲେ । ଏମାନେ ସୋମେଶ୍ୱର ଶିବ ମନ୍ଦିର, ଚଉଷଠି ଯୋଗିନୀ କ୍ଷେତ୍ର, ଇନ୍ଦ୍ରଲାଠ୍‌ ମନ୍ଦିର, ଲିଆହାରୀ ମନ୍ଦିର, ଚାମୁଣ୍ଡା ପୀଠ, ଭାଗ୍ୟପଥର, ପିଲ ପରୁଆ ମାଗର ମାଛ, ରାମ ସୀତା ପାଦସ୍ଥଳି ଆଦି କ୍ଷେତ୍ରକୁ ଯାଇ ଜ୍ଞାନ ଆହରଣ କରିଥିଲେ । ଅଧ୍ୟାପକ ଡ. ସଞ୍ଜୟ ମିଶ୍ର, ଡ. ପି.କେ. ବାରିକ ଓ ଗୋପୀ ସାହୁଙ୍କ ତତ୍ୱାବଧାନରେ ଏମାନେ ବୁଲିଥିଲେ । ଅଧ୍ୟାପିକା ପ୍ରଭାସିନୀ ରାଉତରାୟ, ସୁଚି ବେହେରା, ଅଧ୍ୟାପକ କ୍ଷୀରେନ୍ଦ୍ର ମେହେର, ପୂଜକ ଜଗମୋହନ ତ୍ରିପାଠୀ, ଶ୍ୟାମ ପୁଟେଲ, ସମାଜସେବୀ ଅନିଲ ତ୍ରିପାଠୀ ସହଯୋଗ କରିଥିଲେ ।

Leave A Reply

Your email address will not be published.

19 − fourteen =