pakka

କଣ୍ଟାବାଞ୍ଜି ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକୋତ୍ସବ

bbehera

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ସଭାପତି କୁଞ୍ଜବିହାରୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ସନ୍ତୋଷ ସିଂହ ସାଲୁଜା ମୁଖ୍ୟ ଅତିଥି, ବରିୟାମ ସିଂହ ସାଲୁଜା ସମ୍ମାନିତ ଅତିଥି, ରୁଦ୍ରମାଧବ ବାରିକ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ସଙ୍କୁଳ ପ୍ରମୁଖ ରାମଚନ୍ଦ୍ର ସାହୁ ମଞ୍ଚାସୀନ ଥିଲେ । ସମ୍ପାଦକ ଯୁବରାଜ ମେହେର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ପ୍ରଧାନାଚାର୍ଯ୍ୟ ତେଜକୁମାର ସାହୁ ବିବରଣୀ ପାଠ କରିଥିଲେ । ଯୁଗ୍ମ ସମ୍ପାଦକ ମନୋଜ ମହାପାତ୍ର, କୋଷାଧ୍ୟକ୍ଷ ସପ୍ତମ କିଶୋର ବେହେରା, ସଦସ୍ୟ ବିମଳା ନାଗ ପ୍ରମୁଖ ସହଯୋଗ କରିଥିଲେ । କୃତି ବିଦ୍ୟାର୍ଥୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସପ୍ତମ କିଶୋର ବେହେରା ଧନ୍ୟବାଦ ଦେଇଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

jay balangir
Leave A Reply

Your email address will not be published.

1 × four =

error: Content is protected !!