ଗଞ୍ଜାମ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଜାପାଇର ଚାରି ଜଣିଆ ପ୍ରତିନିଧି ଦଳ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ଅବସ୍ଥିତ ଗଞ୍ଜାମ ସ୍ୱାସ୍ଥକେନ୍ଦ୍ରକୁ ଭୁବନେଶ୍ୱର ଇଣ୍ଟରନ୍ୟାସନାଲ ସଂସ୍ଥା ଜାପାଇର ଏକ ଚାରି ଜଣିଆ ପ୍ରତିନିଧି ଦଳ ମଙ୍ଗଳବାର ପରିଦର୍ଶନ କରିଛନ୍ତି । ଉକ୍ତ ପ୍ରତିନିଧି ଦଳରେ ଦିଲ୍ଲୀର ଦୁଇଜଣ ଡାକ୍ତର, ଆମେରିକାର ଜଣେ ମହିଳା ଡାକ୍ତରଙ୍କ ସମେତ ଜାପାଇ ଷ୍ଟେଟ କୋଡିନେଟର ଥିଲେ । ଏହି ପ୍ରତିନିଧି ଦଳ ମେଡିକାଲର ବିଭିନ୍ନ କୋଠା ବୁଲି ଦେଖିବା ସହ ସ୍ୱାସ୍ଥ୍ୟ ସେବା କିପରି ଚାଲିଛି ତାହା ମେଡିକାଲ ଆୟୁଷ ଡାକ୍ତର ବନୋଜ କାନ୍ତ କର ଏବଂ ଫାର୍ମାସିଷ୍ଟ ଶ୍ରୀହର୍ଷ ରଥଙ୍କୁ ପଚାରି ବୁଝିଥିଲେ । କେଉଁ ରୋଗୀଙ୍କୁ କି କି ପ୍ରକାର ସୁବିଧା ଅଛି, କେଉଁ ପ୍ରକାର ସୁବିଧା ଦରକାର ମେଡ଼ିସିନ ଦିଆଯାଉଛି ତାହା ଅନୁଧ୍ୟାନ କରିଥିଲେ । ମେଡିକାଲରେ କେତେ ଷ୍ଟାଫ ଅଛନ୍ତି, କେଉଁ ପଦବୀ ଖାଲି ଅଛି ପଚାରି ବୁଝିଥିବା ମେଡିକାଲ ପକ୍ଷରୁ କୁହାଯାଇଛି । ମେଡିକାଲର ବିଭିନ୍ନ କୋଠା ଭଗ୍ନାବସ୍ତା ନୋଟିସ କରିଥିଲେ । ଏହି ସ୍ୱାସ୍ଥ୍ୟକେନ୍ଦ୍ର ସେବାରେ ସେମାନେ ଖୁସିବ୍ୟକ୍ତ କରିଥିବା ଜଣାପଡିଛି । ବିଭିନ୍ନ ଦେଶ ଓ ବିଦେଶର ମେଡିକାଲ ଗୁଡିକରେ ଚାଲିଥିବା ସ୍ୱାସ୍ଥ୍ୟସେବା ଏବଂ ଏଠାରେ ସ୍ୱାସ୍ଥ୍ୟସେବା ମଧ୍ୟରେ କ’ଣ ରହିଛି ପାର୍ଥକ୍ୟ ଟିମ୍‌ ଅନୁଧ୍ୟାନ କରିଥିଲେ ।

Leave A Reply

Your email address will not be published.

4 × 5 =