pakka

ବକେୟା କୃଷିବୀମା ସହାୟତା ଦାବୀରେ ବିଜେଡିର ଶୋଭାଯାତ୍ରା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବକେୟା କୃଷିବୀମା ସହାୟତା ଦାବୀରେ ବିଜେଡି ପକ୍ଷରୁ ଶୋଭାଯାତ୍ରା କରାଯାଇଛି । ଶୋଭାଯାତ୍ରା ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଛି । ଶୋଭାଯାତ୍ରାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ପୌରାଧ୍ୟକ୍ଷା ଲିକା ସାହୁ, ବରିଷ୍ଠ ବିଜେଡି ନେତା ଅଜୟ ଦାସଙ୍କ ନେତୃତ୍ୱରେ ଶତାଧିକ ନେତା କର୍ମୀ ସାମିଲ ହୋଇଥିଲେ । ଶୀଘ୍ର ଚାଷୀମାନଙ୍କ କୃଷିବୀମା ସହାୟତା ରାଶି ପ୍ରଦାନ ନ କଲେ ଆଗାମୀ ଦିନରେ ଭୟାବହ ଆନ୍ଦୋଳନ କରାଯିବ ବୋଲି ବିଜେଡି ନେତାମାନେ ଚେତାବନୀ ଦେଇଛନ୍ତି ।

jay balangir
Leave A Reply

Your email address will not be published.

4 − four =