pakka

ଆଜି ବିଶ୍ଵ ପରିବେଶ ଦିବସ

bbehera

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ବିଶ୍ଵ ପରିବେଶ ଦିବସ ଅବସରରେ ବାଲୁକାଶିଳ୍ପୀ ମାନସ କୁମାର ସାହୁ ପୁରୀର ଲାଇଟ୍ ହାଉସ ବେଳାଭୂମିରେ ୧୫ ଫୁଟ ଓସାର ବିଶିଷ୍ଟ ବାଲୁକା କଳା ନିର୍ମାଣ କରିଛନ୍ତି । ଏଥିରେ ୧୨ଟନ ବାଲି ଉପଯୋଗ କରାଯାଇଛି । ଚଳିତ ବର୍ଷର ଥିମ୍ “Only One Earth”କୁ ନେଇ ସେ ବାଲୁକା କଳା ନିର୍ମାଣ କରିଛନ୍ତି । ସେ ତାଙ୍କ ବାଲୁକା କଳାରେ ମାଟି ମାତୃକାକୁ ବଞ୍ଚାଇବାର ବାର୍ତ୍ତା ଦେଇଛନ୍ତି । ଏହି ବାଲୁକା କଳାକୁ ପ୍ରସ୍ତୁତ କରିବାକୁ ମାନସ ସାହୁଙ୍କୁ ୭ଘଣ୍ଟା ସମୟ ଲାଗିଥିଲା ।

Leave A Reply

Your email address will not be published.

four × 3 =