pakka

ସମ୍ବଲପୁରରେ ମା’ ସମଲେଶ୍ୱରୀଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

bbehera

ସମ୍ବଲପୁର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମା’ ସମଲେଶ୍ୱରୀଙ୍କ ଦର୍ଶନ ସହ ଶୀତଳଷଷ୍ଠୀ ଯାତ୍ରାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ସେହିପରି ବିଭିନ୍ନ ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମ ସହ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବେ । ଯୁଯୁମୁରାଠାରେ ହେବାକୁ ଥିବା ବିଶାଳ କାର୍ଯ୍ୟକର୍ତ୍ତା ସମାବେସରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ଦିଆଯାଇଛି । ଉପରୋକ୍ତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶନିବାର ଭୁବନେଶ୍ୱରରୁ ଟ୍ରେନ୍‌ରେ ସମ୍ବଲପୁର ଯାତ୍ରା କରିଥିଲେ । ଆଜି ସମ୍ବଲପୁରରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବସନ୍ତପୁରସ୍ଥିତ ଆଇଆଇଏମ୍‌ ସମ୍ବଲପୁରର ନୂତନ କ୍ୟାମ୍ପସ ପରିଦର୍ଶନ କରିବା ସହ ଚିପିଲିମା ସ୍ଥିତ ଗୋଶାଳା ସୈନିକ ସ୍କୁଲ ମଧ୍ୟ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

jay balangir
Leave A Reply

Your email address will not be published.

twelve − one =