jayashree

ରାୟଗଡ଼ା ଜିଲ୍ଲାରେ ତିନି ଆଦିବାସୀ ପରିବାର ପୁଣି ନିଜ ପାରମ୍ପରିକ ଧର୍ମକୁ ଫେରିଲେ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ସେରିଗୁମା ପଞ୍ଚାୟତ ଅନ୍ତର୍ଗତ କଣାଗାଁର ତିନିଟି ଆଦିବାସୀ ପରିବାର ପୁଣିଥରେ ନିଜ ପାରମ୍ପରିକ ଧର୍ମକୁ ଫେରିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସ୍ଥାନୀୟ ସୂଚନା ଅନୁସାରେ, ପ୍ରାୟ ୯ ବର୍ଷ ପୂର୍ବେ ମିଣିଆକା ଜଗଲୁ, ମାଗୁ ସାରାକା ଓ ରାମଚନ୍ଦ୍ର ସାରାକାଙ୍କ ପରିବାର ଖ୍ରୀଷ୍ଟିୟାନ ଧର୍ମ ଗ୍ରହଣ କରିଥିବାରୁ ସେମାନଙ୍କୁ ସମାଜରୁ ବାସନ୍ଦ କରାଯାଇଥିଲା । କନ୍ଧକୁଳ ସମାଜର ପକ୍ଷରୁ ଦାବି କରାଯାଇଛି ଯେ, ସେମାନେ ବର୍ତ୍ତମାନ ସ୍ୱଇଚ୍ଛାରେ ନିଜ ପାରମ୍ପରିକ ଧର୍ମକୁ ଫେରିବା ଇଚ୍ଛା ପ୍ରକାଶ କରିଥିଲେ । ଏହା ପରେ କନ୍ଧକୁଳ ସମାଜର ପ୍ରଥା ଓ ଧାର୍ମିକ ରୀତିନୀତି ଅନୁସାରେ ଜାଙ୍କିରି ଠାରେ ପୂଜାପାଠ ଓ ପାରମ୍ପରିକ ବିଧିବିଧାନ ସମ୍ପନ୍ନ କରାଯାଇଥିଲା । ଏହି ପ୍ରକ୍ରିୟା ପରେ ଉକ୍ତ ତିନି ପରିବାରଙ୍କୁ ପୁଣିଥରେ ସମାଜରେ ସାମିଲ କରାଯାଇଥିବା ସମାଜ ପକ୍ଷରୁ ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ସେରିଗୁମା ପଞ୍ଚାୟତ କନ୍ଧକୁଳ ସମାଜର ସଭାପତି ଆପାରଓ କୁଲେସିକା, ଗ୍ରାମର ଜାନି, ସାମତା, ବହୁ ବରିଷ୍ଠ ବୁଦ୍ଧିଜୀବୀ ଏବଂ ଅଞ୍ଚଳର ବହୁ ଗ୍ରାମବାସୀ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.