pr

ଦୟାନଦୀର ବନ୍ୟା ଜଳ ଓ ବନ୍ଧ ସ୍ଥିତି ଅନୁଧ୍ୟାନ କଲେ ଯନ୍ତ୍ରୀ ସମୂହ

dr. purohit

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମହାନଦୀର ଶାଖା ଦୟା ନଦୀର ଘୋରଡ଼ିଆ ଠାରେ ବିପଦ ସଂକେତ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ନଈ କୂଳିଆ ଅବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ଦୟା ବାମ ପାର୍ଶ୍ବ, ବାଲିହୁଙ୍କା, ଶିଶୁଆପଡା, ନୂଆହାଟ, ତ୍ରିଲୋଚନପୁର ଆଦି ସ୍ଥାନରେ ଘଳିଆ ସୃଷ୍ଟି ହୋଇଥିବାରୁ ବାଲି ବସ୍ତା ଦ୍ୱାରା ଘଳିଆ ପାଣି ରୋକିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ନଦୀବନ୍ଧର ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିବା ପାଇଁ ଶୁକ୍ରବାର ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଦଳେଇ, ପୁରୀ ଅଧିକ୍ଷଣ ଯନ୍ତ୍ରୀ ଅମୀୟ କୁମାର ସେଠ, ଡେଲାଙ୍ଗ ସହକାରୀ ନିର୍ବାହୀ ଯନ୍ତ୍ରୀ କରୁଣାକର ଲେଙ୍କା, ସହକାରୀ ଯନ୍ତ୍ରୀ ଶିଶିରକାନ୍ତ ସାହୁ, ଜ୍ଞାନରଞ୍ଜନ ଗୁରୁ ପ୍ରମୁଖ ଦୟା ନଦୀର କଣ୍ଟି ଠାରୁ ନୂଆଗାଁ ପର୍ଯ୍ୟନ୍ତ ସ୍ଥିତି ଅନୁଧ୍ୟାନ କରିବା ସହ ଦୁର୍ବଳ ସ୍ଥାନରେ ପ୍ରତିଷେଧାତ୍ମକ ବ୍ୟବସ୍ଥା ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦୟା ବାମ ପାର୍ଶ୍ବ ନଦୀ ବନ୍ଧର କଣ୍ଟି କାଜ ଦେଇ ପ୍ରାୟ ୧ ଫୁଟ ଉଚ୍ଚରେ ବନ୍ୟା ଜଳ ପ୍ରବାହ ହେଉଛି । ଏହି ସବୁ ବନ୍ୟା ଜଳ ଲୁଣା ନଦୀଦେଇ ଚିଲିକାକୁ ନିଷ୍କାସିତ ହେବ । ପୂର୍ବରୁ ଲଗାଣ ବର୍ଷା ଜଳ ଲୁଣା ନଦୀ ସମେତ ଆଖପାଖ ସିଂହବ୍ରହ୍ମପୁର, ଚାଇଁପୁର, ସୁଜନପୁର, ସାଉରିଆ, ଘନିପୁର, ଡେଲାଙ୍ଗ କୋଠବାଡ଼, ମୁନିନ୍ଦା, କଲ୍ୟାଣପୁର, ତ୍ରିଲୋଚନପୁର, ସିରେଇ, ଧାନକେରା ଆଦି ଗ୍ରାମ ପଞ୍ଚାୟତର ଧାନକ୍ଷେତ ଜଳମଗ୍ନ ରହିଥିବାରୁ କଣ୍ଟିକାଜ ଦେଇ ନିଷ୍କାସିତ ବନ୍ୟା ଜଳ ଏହି ସବୁ ପଂଚାୟତରେ ସଂଗୀନ ସ୍ଥିତି ସୃଷ୍ଟି କରିବା ଆଶଙ୍କା ରହିଛି ।

nrusinghnath
Leave A Reply

Your email address will not be published.