csstore

ଦନ୍ଦରା ଗାଁ ଚାଷୀ ଆତ୍ମହତ୍ୟା ଘଟଣା : ପରିବାର ନିକଟରେ ପହଞ୍ଚିଲେ ବିଜେଡି ନେତା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ଅଧିନସ୍ଥ ମୁରିବାହାଲ ବ୍ଲକ ଡଙ୍ଗରପଡା ପଞ୍ଚାୟତ ଅଧିନସ୍ଥ ଦନ୍ଦରା ଗାଁର ଚାଷୀ ରାଜକୁମାର ପାତ୍ର ନିଜ ଚାଷ ଜମିର ବିଷ ପିଇ ଆତ୍ମହତ୍ୟା କରିଥଲେ ।। ରାଜକୁମାର ନିଜ ଜମିରେ ଚାଷ କରିବା ସହ ଅନ୍ୟ ଲୋକଙ୍କ ଜମିମଧ୍ୟ ଭାଗଚାଷୀ ଭାବେ ନେଇ ଚାଷ କାମ ଆରମ୍ଭ କରିଥିଲେ । ଚାଷୀ ରାଜକୁମାର ଋଣ ଧାର କରି ଚାଷ କାମ ଆରମ୍ଭ କରିଥିବା ବେଳେ ଏଥର ଚାଷ ହେବ ନାହିଁ ଭାବି ଋଣ ଭାର ସମ୍ଭାଳି ନପାରି ଆତ୍ମହତ୍ୟା କରିଥିବା ପରିବାର ଲୋକ କହିଛନ୍ତି । ତେବେ ଆଜି ଜିଲ୍ଲା ଅତିରିକ୍ତ କୃଷୀ ଅଧିକାରୀ ସହ ଅନ୍ୟ ଅଧିକାରୀମାନେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ଚଳିତ ବର୍ଷ ଯେତେ ପରିମାଣରେ ବର୍ଷା ହେବା କଥା ତାର ୧୦ ପ୍ରତିଶତ ବର୍ଷା କମ ହେଇଛି । କାହିକି ସେ ଆତ୍ମହତ୍ୟା କଲେ ତାର ତଦନ୍ତ ଚାଲିଛି ବୋଲି କହିଛନ୍ତି ଜିଲ୍ଲା ଅତିରିକ୍ତ କୃଷୀ ଅଧିକାରୀ । ସେ ପଟେ ଗାଁକୁ ବିଜେଡି ନେତା ଅଜିତ ଯୋଷୀ ପହଁଚି ଚାଷୀ ପରିବାର ଙ୍କ ଆଲୋଚନା କରିବା ସହ କୃଷି ଅଧିକାରୀ ଙ୍କ ସହ କଥା ହୋଇଥିଲେ । ପରିବାରଙ୍କୁ କ୍ଷତି ପୂରଣ ଦାବି କରିଛନ୍ତି କ୍ଷତି ପୂରଣ ନଦେଲେ ଆନ୍ଦୋଳନ କରି ରାସ୍ତାରୋକ କରିବା ପାଇଁ ଚେତାବନୀ ଦେଇଛନ୍ତି । ପରିବାରର ମୁଖ୍ୟମନ୍ତ୍ରୀଙ୍କ ମୃତ୍ୟୁ ପରେ ପରିବାର ଲୋକେ ଚିନ୍ତାରେ ପଡି ଯାଇଛନ୍ତି ।

jayashree
Leave A Reply

Your email address will not be published.