csstore

ପଦ୍ମପୁରରେ ବନଦୁର୍ଗା ମନ୍ଦିରରେ ଚୈତ୍ର ପର୍ବ ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବଡ଼ବନ୍ଧ ସ୍ଥିତ ମା’ ବନ ଦୁର୍ଗା ମନ୍ଦିର ଠାରେ ଆଜି ଗୁରୁବାର ଚୈତ୍ର ଅମାବାସ୍ୟା ତଥା ପ୍ରତିପଦା ଦିନ ସକାଳ ୮ ଘଣ୍ଟା ସମୟରେ ମା’ଙ୍କ ଶ୍ରଦ୍ଧାଳୁଙ୍କ ସମେତ କର୍ତ୍ତା ଦାୟିତ୍ୱ ତୁଳାଇଥିବା ସୁଶାନ୍ତ ପଟ୍ଟନାୟକ ଓ ତାଙ୍କ ସହ ଧର୍ମିଣୀ ବିଜୟ ଲକ୍ଷ୍ମୀ ପଟ୍ଟନାୟକ, ମୁଖ୍ୟ ପଣ୍ଡିତ ରଘୁନାଥ ତ୍ରିପାଠୀଙ୍କ ମନ୍ତ୍ର ଉଚ୍ଚାରଣ ସହିତ ଶଙ୍ଖ, ଘଣ୍ଟ ବାଦ୍ୟ ହୁଳହୁଳିର ଭକ୍ତିଭାବ ଶ୍ରଦ୍ଧା ସହିତ କଳସ ଧରି ବଡ଼ବନ୍ଧରୁ ପାଣି ବୁଡ଼ାଇ ପୂର୍ଣ୍ଣ କଳସ ଧରି ମନ୍ଦିର ପରିସରକୁ ଆସିଥିଲେ । କଳସ ଅଧିବାସ ପରେ ମା’ ଦୁର୍ଗାଙ୍କ ଅଙ୍କୁରା ରୋପଣ, ଅଖଣ୍ଡ ଦ୍ୱୀପ ପ୍ରଜ୍ୱଳନ, ନବ ଦୁର୍ଗା ଆବାହନ ପୂଜା, ଅଗ୍ନି ସ୍ଥାପନ ପୂଜା କରାଯାଇଥିଲା । ଆଜି ପ୍ରତିପଦା ଦିନ ମା’ ଦୁର୍ଗା ଭକ୍ତ ବତ୍ସଳଙ୍କୁ ଶୈଳପୁତ୍ରୀ ବେଶରେ ଦର୍ଶନ ଦେଇ ଆଶୀର୍ବାଦ ପ୍ରଦାନ କରିଥିଲେ । ଦ୍ୱିପହରରେ ମା’ଙ୍କ ଅର୍ଣ୍ଣ ଭୋଗ ଲାଗି ହୋଇଥିଲା । ସନ୍ଧ୍ୟା ୭ ଘଣ୍ଟାରେ ମିଷ୍ଠାନ୍ନ ଭୋଗ ଅର୍ପଣ କରି ଘ. ୭.୩୦ ମିନିଟ ସମୟରେ ମା’ଙ୍କ ମଙ୍ଗଳ ଆଳତୀ କରାଯାଇଥିଲା । ବନଦୁର୍ଗା ମନ୍ଦିର ପୂଜକ ପ୍ରଶାନ୍ତ ପଣ୍ଡା (ସୁରୁ), ଲକ୍ଷ୍ମୀ ମନ୍ଦିର ପୂଜକ ଉଦୟ ନନ୍ଦ, ଚଣ୍ଡୀ ପାଠକ ଗିରିଶ ଚନ୍ଦ୍ର ହୋତା, ଅଶୋକ ପଣ୍ଡା, ଦେବେନ୍ଦ୍ର ତ୍ରିପାଠୀ, ଶଙ୍ଖୁଆ ସୌଭାଗ୍ୟ ରଞ୍ଜନ ମହାପାତ୍ର ଓ ବାରିକ ଗୌରାଙ୍ଗ ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ । ଆଜିର ପୂଜା କାର୍ଯ୍ୟରେ ମନ୍ଦିର ସଭାପତି ଡ଼. ପ୍ରଭାତ ନାରାୟଣ ତ୍ରିପାଠୀ, ସମ୍ପାଦକ ଗୋପାଳ ଚନ୍ଦ୍ର ଭୋଇ, କୋଷାଧ୍ୟକ୍ଷ ଅନିଲ ବେହେରା ସମେତ ପ୍ରତାପ ମିଶ୍ର, ଗଜାନନ ଶର୍ମା, ସୁଶାନ୍ତ ପଧାନ, ଉମେଶ ସାହୁ, ବିଷ୍ଣୁ ଥପା, ସୁରୁ ଭୋଇ, ଗୋବିନ୍ଦ ବାଗ ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.