ବଲାଙ୍ଗିର, (କେପିଏନ୍ଏସ୍): ଉତ୍ତରପ୍ରଦେଶର ନୈମିଷାରଣ୍ୟ ଠାରେ ବଲାଙ୍ଗିର, ସୋନପୁର ଓ ବରଗଡ ଜିଲ୍ଲାର ଶତାଧିକ ଶ୍ରଦ୍ଧାଳୁ ଗତ ୬ ତାରିଖରୁ ସାମାଜିକ କର୍ମୀ ଶ୍ରୀକର ମିଶ୍ର ଓ ତାଙ୍କ ସହଧର୍ମିଣୀ ସୁଲୋଚନା ମିଶ୍ରଙ୍କ ନେତୃତ୍ୱରେ ଯାଇ ସେଠାରେ ସପ୍ତାହ ବ୍ୟାପି ଭାଗବତ ପାରାୟଣ ଉତ୍ସବ ପାଳନ କରିଥିଲେ । ଏଥିରେ ଗାୟକ ରତ୍ନ ସୁରେନ୍ଦ୍ର କୁମାର ତ୍ରିପାଠୀ ବ୍ୟାସ ଭାବରେ ଭାଗବତ ପାଠ କରିଥିବା ବେଳେ ପଣ୍ଡିତ ମହାବୀର
ବେଦବାକ୍ ପୂଜାବିଧି କରିଥିଲେ । କର୍ତ୍ତା ଭାବରେ ନାରୟଣ ପ୍ରସାଦ ମିଶ୍ର ଓ ତୃପ୍ତିମୟୀ ମିଶ୍ର କାର୍ଯ୍ୟ ନିର୍ବାହ ସହ ସମସ୍ତ ଖର୍ଚ୍ଚ ବହନ କରିଥିଲେ । ସମସ୍ତ ଶ୍ରଦ୍ଧାଳୁ ଭାଗବତ ପାରାୟଣ ପରେ ଅଯୋଧ୍ୟା ଯାଇ ସୁନ୍ଦରାକାଣ୍ଡ ଗାୟନ ସହ ରାମଲାଲାଙ୍କ ଦର୍ଶନ କରିଥିଲେ । ପରେ ବନାରସ ଯାଇ କାଶୀ ବିଶ୍ୱନାଥ ଦର୍ଶନ ସହ ସାଧୁ ସେବା ଏବଂ ରାମାୟଣର ଶବରୀ ଉପାଖ୍ୟାନ ଉପରେ ଏକ ପ୍ରବଚନ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ବିଶିଷ୍ଟ ସଂଗଠକ ହରିନାରାୟଣ ପୁଜାରୀଙ୍କ ମାତା ସୁବାସିନୀ ପୁଜାରୀ ବିଶେଷ ସହଯୋଗ କରିଥିଲେ । ଆଜି ନିଜ ଗ୍ରାମ ସଦାଇପାଲି ଫେରିବା ପରେ ଗ୍ରାମବାସୀଙ୍କ ତରଫରୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିରେ ରାଜିନ୍ଦ୍ର ମିଶ୍ର, ଶମ୍ଭୁ ନାଏକ, ରମେଶ ନାଏକ, ଉର୍ବଶୀ ନାଏକ, ସାଏବାନି ପଟେଲ, ଜୟନ୍ତୀ ସାଏ, ସୁଜାତା ନାଏକ, ଲଲିତା ଗୁରୁ, ତପସ୍ୱିନୀ ନାଏକ, ସରୋଜିନୀ ବାରିକଙ୍କ ସମେତ ଅନ୍ୟ ଗ୍ରାମବାସୀମାନେ ସହଯୋଗ କରିଥିଲେ । ଦୀର୍ଘ ୧୫ ଦିନର ତୀର୍ଥଯାତ୍ରା ସଫଳ ହୋଇଥିବାରୁ ଆୟୋଜକ ନାରାୟଣ ପ୍ରସାଦ ମିଶ୍ରଙ୍କୁ ସମସ୍ତ ଶ୍ରଦ୍ଧାଳୁ ଆଶିର୍ବାଦ ପ୍ରଦାନ କରିଥିଲେ ।