ହନୁମାନପଡାରେ ରାମାୟଣ ନବାହ ପାରାୟଣ ଆରମ୍ଭ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ହନୁମାନପଡା ସ୍ଥିତ ହନୁମାନ ମନ୍ଦିରର କାଳୀ ମଣ୍ଡପରେ ଶ୍ରୀ ରାମାୟଣ ନବାହ ପାରାୟଣ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ୯ ଦିନ ଧରି ଚାଲିବ । ହନୁମାନପଡା ମହିଳା ସମିତି ଦ୍ୱାରା କାର୍ତ୍ତିକ ବ୍ରତ ସହ ଏହି ବର୍ଷ ରାମାୟଣ ନବାହ ଆରମ୍ଭ ହୋଇଯାଇଛି । ଗତ କାଲି ଏକ ଭବ୍ୟ କଳସ ଯାତ୍ରାର ଆୟୋଜନ ହୋଇଥିଲା । ଏହି ପାରାୟଣରେ ରବିନାରାୟଣ ଦାଶ ଓ ତାଙ୍କର ସହ ଧର୍ମିଣୀ ଶ୍ରୀମତୀ ସଞ୍ଜୁରାଣୀ ଦାଶ କର୍ତ୍ତା ଦାୟିତ୍ଵ ତୁଲାଉଛନ୍ତି । ବ୍ୟାସକାର ନାରାୟଣ ଓଝା ଓ ତାଙ୍କ ସାଥୀଙ୍କ ଦ୍ୱାରା ଚମତ୍କାର ଭଜନ ତଥା ଶ୍ରୀ ରାମଙ୍କ କଥା ଏକ ଭକ୍ତିମୟ ପରିବେଶ ସୃଷ୍ଟି କରୁଛି । ମହିଳା ସମିତିର ସକ୍ରିୟ ସଦସ୍ୟା ଶ୍ରୀମତୀ ରୁକ୍ମିଣୀ ମହାପାତ୍ର, ଶ୍ରୀମତୀ ଭାରତୀ ପଟ୍ଟନାୟକ, ସୁଶ୍ରୀ ତୃପ୍ତିମୟୀ ଦାଶ, ସୁଶ୍ରୀ ମଞ୍ଜୁଲତା ପାଢ଼ୀ, ଶ୍ରୀମତୀ ଅମ୍ବିକା ନାୟକ, ଶ୍ରୀମତୀ ରୋହିଣୀ ମିଶ୍ର, ଶ୍ରୀମତୀ କଳ୍ପନା ରାଣୀ ନାଥ, ଶ୍ରୀମତୀ ରମ୍ଭା ସାହୁ, ଶ୍ରୀମତୀ ଜୟଶ୍ରୀ ଶତପଥୀ, ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ପଣ୍ଡା, ଶ୍ରୀମତୀ ବିନୋଦିନୀ ହଂସ, ଶ୍ରୀମତୀ ମେନକା ଦାଶ, ଶ୍ରୀମତୀ ସୁଭାଷିନୀ ପଧାନ, ଶ୍ରୀମତୀ ସୁଷମା ପଣ୍ଡା, ଶ୍ରୀମତୀ ମୋହିନୀ ପଟ୍ଟନାୟକ ଓ ଶ୍ରୀମତୀ ଶୁଭ୍ରା ଶତପଥୀ ତଥା ଅନ୍ୟ ସଦସ୍ୟା ମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମଟି ଅନୁଷ୍ଠିତ ହେଉଛି । ଏହି ପାରାୟଣ ଶୁଣିବା ପାଇଁ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି ।

Leave A Reply

Your email address will not be published.