pakka

ସାହିତ୍ୟ ଓ ସମାଜ ପରସ୍ପର ନିର୍ଭରଶୀଳ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସୁନ୍ଦରଗଡ଼ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଷୋଡ଼ଷ ବାର୍ଷିକ ଉତ୍ସବ, ଛେଣ୍ଡ ସ୍ଥିତ ଧାମରା ସଂଘ ପରିସରରେ ଭୂପେନ ମହାପାତ୍ରଙ୍କ ସଭାପତିତ୍ୱ ଓ ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦାନ କରି ପ୍ରଫେସର ଡ. ବିଜୟ ଉପାଧ୍ୟାୟ କହିଲେ ସାହିତ୍ୟ ମଣିଷର ଚେତନା ଅଭିବୃଦ୍ଧିକୁ ଧାର୍ଯ୍ୟ କରିଥାଏ । ସାହିତ୍ୟ ସମାଜ ଗଠନରେ ଏକ ମଧୁରତାର ପରିବେଶ ସୃଷ୍ଟି କରେ, ପ୍ରତି ଯୁଗରେ ପ୍ରଗତିଶୀଳ ସାହିତ୍ୟ ମାନବିକତାର ପଥ ପ୍ରଦର୍ଶକ ସାଜିଥାଏ । ସାହିତ୍ୟ ସମାଜର ଦର୍ପଣ ଭଳି, ସମାଜ ଯେତେବେଳେ କୁପଥରେ ଅଗ୍ରସର ହୁଏ ସେତେବେଳେ ସାହିତ୍ୟ ହିଁ ଦୃଢ଼ ଭାବରେ ତା ସମ୍ମୁଖରେ ଦଣ୍ଡାୟମାନ ହୁଏ । ସମାଜରେ ବିକାଶ ଘଟିଲେ ସାହିତ୍ୟର ବିକାଶ ନିଶ୍ଚିତଭାବେ ସମ୍ଭବପର। ଅନ୍ୟତମ ସମ୍ମାନିତ ବକ୍ତା ପ୍ରାକ୍ତନ ପ୍ରଫେସର ନାରାୟଣ ସେନାପତି ରିତି ଯୁଗରୁ ଆରମ୍ଭ କରି ଉତ୍ତର ଆଧୁନିକ ଯୁଗ ପର୍ଯ୍ୟନ୍ତ ସାହିତ୍ୟ କିପରି ସମାଜ ଗଠନରେ ବଳିଷ୍ଠ ମାଧ୍ୟମ ସାଜିଛି ତା’ର ବିଭିନ୍ନ ଉଦାହରଣ ସହ ଉପସ୍ଥାପନା କରିଥିଲେ । ମୁଖ୍ୟଅତିଥି ଭାବେ ଯୋଗଦେଇ ଶିକ୍ଷାବିତ ଡ. ମୁନୀନ୍ଦ୍ର ମହାଳିକ କହିଲେ ଯୁଗେ ଯୁଗେ ସାହିତ୍ୟ ପରିପୁଷ୍ଟ ହେଇଛି, ତା ଚାରିପାଖେ ଥିବା ପ୍ରଗତିଶୀଳ ସମାଜ ପାଇଁ । ପ୍ରତି ଯୁଗରେ ଏବଂ ପ୍ରତ୍ୟେକ ରାଷ୍ଟ୍ରର ଉନ୍ନତ ସମାଜ ପାଇଁ ସାହିତ୍ୟର ବିକାଶ ଘଟିଛି । ଶିକ୍ଷୟିତ୍ରୀ ନିରୁପମା ପତିଙ୍କ ମଞ୍ଚ ପରିଚାଳନାରେ ହୋଇଥିବା ଏହି ଉତ୍ସବରେ, ସମାଜରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପାଞ୍ଚ ଜଣ ଯଥା କନକଲତା ଦାସ, ମଞ୍ଜୁ ଶର୍ମା ମହାପାତ୍ର, ଜ୍ୟୋସ୍ନା ସାହୁ, ଡ଼ା ସୁଧା ପ୍ରଧାନ ଏବଂ ଅଧ୍ୟାପିକା ମହାଶ୍ୱେତା ସାହୁଙ୍କୁ ବିଶ୍ଵ ମହିଳା ଦିବସ ଉପଲକ୍ଷେ ସମ୍ମାନିତ କରାଯାଇଥିଲା ଏବଂ ସାହିତ୍ୟ କ୍ଷେତ୍ରରେ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିଥିବା କବି ତ୍ରିନାଥ ସିଂହ, ଶାନ୍ତନୁ ମହାପାତ୍ର, ସରୋଜିନୀ ମିଶ୍ର, ସୁପ୍ତି କର, ଗଗନ ବିହାରୀ ଧଳ, ଅର୍ଚ୍ଚନା ପାତ୍ର, ଜଳଧର ପ୍ରଧାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଉପଦେଷ୍ଟା ଅଭୟ କୁମାର ଦାସ ସ୍ୱାଗତ ଭାଷଣ ଓ ଅତିଥିମାନଙ୍କ ପରିଚୟ ଦେଇଥିବା ବେଳେ ସାଧାରଣ ସମ୍ପାଦିକା ରଶ୍ମିବାଳା ରାଉତରାୟ ବାର୍ଷିକ ବିବରଣୀ ପାଠ ଓ ଉପସଭାପତି ଚିତ୍ତରଞ୍ଜନ ବ୍ରହ୍ମା ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଡ. ଗିତାଞ୍ଜଳୀ ପତ୍ରୀଙ୍କ ସଭାପତିରେ କବି ସୁଶାନ୍ତ କୁମାର ନାୟକ, ଗୀତାରାଣୀ ବେହେରା, ବସନ୍ତ ବିଶ୍ଵକର୍ମାଙ୍କ ସଂଯୋଜନାରେ ଏକ ମନୋଜ୍ଞ କବିତାପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସହରର ବହୁ ବରିଷ୍ଠ ଓ ବିଶିଷ୍ଟ କବି ସେମାନଙ୍କ ସ୍ୱରଚିତ କବିତା ପାଠ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ତ୍ରୈମାସିକ ପତ୍ରିକା ନାଗରାକୁ ଅତିଥିମାନେ ଉନ୍ମୋଚନ କରିଥିଲେ ।

jay balangir
Leave A Reply

Your email address will not be published.

fifteen − fourteen =