pr

ପାଇକମାଲ ହାଇସ୍କୁଲରେ ଜେଆର୍‌ସି ପରାମର୍ଶଦାତା ଅଭିମୁଖି କାର୍ଯ୍ୟକ୍ରମ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜେଆର୍‌ସି ପରାମର୍ଶ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପାଇକମାଲ ବ୍ଲକ ଉନ୍ନୟନ ଅଧିକାରୀ ପ୍ରଫୁଲ୍ଲ କୁମାର ଓଦୁ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ପାଇକମାଲ ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଦନ ସୁନା, ଜୁନିୟର ରେଡକ୍ରସ ହେମନ୍ତ କୁମାର ସାମଲ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଏବଂ ପ୍ରାଥମିକ ସହାୟତା ବିଷୟରେ ପରାମର୍ଶ ଦେଇଥିଲେ । ପ୍ରଶିକ୍ଷଣରେ ୨ଜଣ ଆର୍‌.ପି. ମନୋଜ ସାହୁ, ଦ୍ୱାଦଶ କୁମାର ପଧାନଙ୍କ ସହିତ ପାଇକମାଲ, ଝାରବନ୍ଧ ଏବଂ ପଦମପୁର ୩ଟି ବ୍ଲକ କାଉନସିଲର ୬୦ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଶିକ୍ଷଣରେ ଯୋଗଦାନ କରିଥିଲେ । ସ୍କୁଲର ସୁଦାମ ପାଣ୍ଡେ, ଅମିତ ସାହୁ, ଲଳିତ କୁମାର ବିଶ୍ଵାଳ, ଶିବମ ନାୟକ, ଯଶୋବନ୍ତ ସାହା, ଛବିଳ ସେଠ୍, ଦୟାନିଧି ସାହୁ, ନିରୁପମା ସାହୁ, ମନୋଜ କୁମାର ସାହୁ, ସ୍ଵାଧୀନ ବେହେରା ସହଯୋଗ କରିଥିଲେ ଏବଂ ରଜତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.