ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମେହେର ପଡା ସ୍ଥିତ ଜଗନ୍ନାଥ ମନ୍ଦିରର ନିକଟ ବାସିନ୍ଦା ପୂର୍ବତନ କେନ୍ଦୁପତ୍ର ଚେକର ଅରୁଣ ମୁଣ୍ଡଙ୍କ ଧର୍ମପତ୍ନୀ ନୀଳେନ୍ଦ୍ରୀ ମୁଣ୍ତଙ୍କ (୬୦) ବର୍ଷ ବୟସରେ ବରଗଡ଼ ଘରୋଇ ଡାକ୍ତରଖାନା ବିକାଶରେ ଚିକିତ୍ସାଧିନ ଅବସ୍ଥାରେ ଆଜି ଦେହାନ୍ତ ହୋଇଯାଇଛି । ସେ ଦୀର୍ଘ ୨ ବର୍ଷ ଧରି କେନସର ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ତାଙ୍କର ମରଶରୀର ପଦ୍ମପୁର ପହଞ୍ଚିଥିବା ବେଳେ ଶେଷ ଦର୍ଶନ ପାଇଁ ବନ୍ଧୁ ବାନ୍ଧବ ପଡୋଶୀ ପରିବାର ବର୍ଗ ରହିଥିଲେ । ସ୍ୱର୍ଗତ ମୁଣ୍ତ ଜଣେ ଶାନ୍ତି ଶିଷ୍ଟ, ମଧୁର ଆଳାପି, ପ୍ରିୟ ଭାଜନ ଧର୍ମପରାୟଣ ମହିଳା ଥିଲେ । ତାଙ୍କ ବିୟୋଗରେ ଶୋକର ଛାୟ ଖେଳିଯାଇଛି । ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ଖବର ପାଇ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଶୋକ ବ୍ୟକ୍ତ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ବଡ଼ ପୁଅ ଅଭିଳାଷ ମୂଖାଗ୍ନି ଦେଇଥିଲେ ।

Prev Post