ବିଶିଷ୍ଟ ବ୍ୟବସାୟୀ ପର୍ଶୁରାମ ଅଗ୍ରୱାଲଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର ବିଶିଷ୍ଟ ସମାଜସେବୀ ତଥା ବ୍ୟବସାୟୀ ପର୍ଶୁରାମ ଅଗ୍ରୱାଲଙ୍କ ୮୦ ବର୍ଷ ବୟସରେ ପଦ୍ମପୁର ସହରର ବରଗଡ଼ ରୋଡ଼ସ୍ଥିତ କଳିଙ୍ଗ ନିବାସରେ ମୄତ୍ୟ ଘଟିଛି । ସ୍ବର୍ଗତ ଅଗ୍ରୱାଲ ଜଣେ ପରୋପକାରୀ, ଧର୍ମପରାୟଣ ତଥା ମେଲାପି ଲୋକ ଥିଲେ । ତାଙ୍କ ମୄତ୍ୟ ଖବର ଶୁଣି ପଦ୍ମପୁର ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତଥା ବ୍ୟବସାୟୀ ମାନେ ଶେଷଦର୍ଶନ କରିଥିଲେ । ସେ ତାଙ୍କ ଅନ୍ତେ ସ୍ତ୍ରୀ, ତିନି ପୁଅ ଅନିଲ ଅଗ୍ରୱାଲ, ଶୁଶିଲ ଅଗ୍ରୱାଲ, ଜୟ ପ୍ରକାଶ ଅଗ୍ରୱାଲ ଓ ତିନି ଝିଅ ନାତି ନାତୁଣୀଙ୍କୁ ଛାଡି ଯାଇଛନ୍ତି । ବୁଧବାର ପଦ୍ମପୁର ସ୍ୱର୍ଗ ଦ୍ୱାରରେ ଶେଷକୃତ ସଂମ୍ପନ୍ନ ହୋଇଥିଲା । ବଡ଼ପୁଅ ଅନୀଲ ଅଗ୍ରୱାଲ ମୁଖାଗ୍ନି ଦେଇଥିଲେ । ପଦ୍ମପୁର ବିଶିଷ୍ଟ ବ୍ୟବସାୟୀ ପର୍ଶୁରାମ ଅଗ୍ରୱାଲଙ୍କ ପରଲୋକରେ ପଦ୍ମପୁର ପୂର୍ବତନ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

seventeen − 4 =

error: Content is protected !!