pr

ହୃଦଘାତ୍‌ରେ ପୋଲିସ ଏଏସ୍‌ଆଇଙ୍କ ପରଲୋକ

dr. purohit

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ମହାବୀର କଲୋନୀ ନିବାସୀ ପୋଲିସ ଏଏସ୍‌ଆଇ ସତ୍ୟନାରାୟଣ ଦେହୁରୀ(୫୭)ଙ୍କ ହୃଦଘାତରେ ଗତକାଲି ରାତି ୯ଟା ବେଳେ ପରଲୋକ ହୋଇଯାଇଛି । ସେ ବର୍ତ୍ତମାନ ସମ୍ବଲପୁରର ଧନୁପାଲି ଥାନାରେ ଏଏସ୍‌ଆଇ ଭାବରେ କାର୍ଯ୍ୟରତ ଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଉଭୟ ସମ୍ବଲପୁର ଓ ସୋନପୁର ପୋଲିସ ମହଲ ସମେତ ସାରା ସୋନପୁରରେ ଶୋକର ଛାୟା ଖେଳିଯାଇଛି । ଶ୍ରୀ ଦେହୁରୀଙ୍କ ପୈତୃକ ଗ୍ରାମ ବଲାଙ୍ଗିର ଜିଲ୍ଲା ଚନ୍ଦନଭାଟି ଅନ୍ତର୍ଗତ କୁଶଙ୍ଗ ଗ୍ରାମରେ ହୋଇଥିବା ବେଳେ ସେ ସୋନପୁର ଘୋଡାଘାଟପଡାରେ ବିବାହ କରିଥିଲେ । ତାଙ୍କ ବାପା (୮୫) ବର୍ଷ ଏବଂ ମା (୮୨) ବର୍ଷ ଓ ସ୍ତ୍ରୀ ସମେତ ସମଗ୍ର ପରିବାର ଏହି ଅକାଳ ବିୟୋଗରେ ଗଭୀର ଭାବରେ ମର୍ମାହତ ହେବା ସହ ଭାଙ୍ଗି ପଡ଼ିଛନ୍ତି । ତାଙ୍କ ସ୍ତ୍ରୀ ବର୍ତ୍ତମାନ ସୋନପୁର ଡିଆର୍‌ଡିଏ କାର୍ଯ୍ୟାଳୟ ଠାରେ ଅବସ୍ଥାପିତ ଥିବା ବେଳେ ଦୁଇ ପୁଅ ତାଙ୍କ ପରିବାର ସ୍ଥାନୀୟ ପଟାଭାଡ଼ି ସ୍ଥିତ ମହାବୀର କଲୋନୀରେ ରହୁଥିଲେ । ନୂଆଁଖାଇ ପାଇଁ ସେ ଛୁଟିରେ ଆସି ଘରେ ଥିବାବେଳେ ଏହି ଦୁଃଖଦ ଘଟଣା ଘଟିଛି । ରାତ୍ର ପ୍ରାୟ ୯ଟା ବେଳେ ସେ ହୃଦଘାତର ଶିକାର ହୋଇଥିବା ବେଳେ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ତାଙ୍କୁ ନିଆଯାଇଥିଲା । ସେ ଜଣେ ଅତ୍ୟନ୍ତ ସରଳ, ଭଦ୍ର, ମେଳାପୀ ଓ କର୍ତ୍ତବ୍ୟନିଷ୍ଠ ଅମାୟିକ ବ୍ୟକ୍ତି ଥିଲେ । ପୂର୍ବରୁ ସୋନପୁର ପୋଲିସ ବିଭାଗରେ ନିଜର କାର୍ଯ୍ୟ ଦକ୍ଷତା ଓ ନମ୍ର ବ୍ୟବହାର ପାଇଁ ସେ ସମସ୍ତଙ୍କର ପ୍ରିୟଭାଜନ ଥିଲେ । ଏସ୍‌ପି ଅଫିସରେ ଷ୍ଟେନୋ ଭାବେ କାର୍ଯ୍ୟ କରୁଥିବା ସମୟରେ ମଧ୍ୟ ତାଙ୍କର କାର୍ଯ୍ୟଶୈଳୀ ସମସ୍ତେ ପ୍ରଶଂସା କରୁଥିଲେ । ତାଙ୍କ ଅକାଳ ବିୟୋଗରେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଆଜି ମୃତଦେହ ପୋଷ୍ଟମର୍ଟମ ପରେ ତାଙ୍କ ପୈତୃକ ଗ୍ରାମ କୁଶଙ୍ଗ ଠାରେ ତାଙ୍କ ଶବ ସତ୍କାର କରାଯିବା ନେଇ ସୂଚନା ମିଳିଛି । ସେପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୀର୍ଘ ଦିନରୁ ମହାପ୍ରୟାଣ ଗାଡି ଖରାପ ଥିବାରୁ ସେବା ବନ୍ଦକୁ ନେଇ ବ୍ୟାପକ ଅସନ୍ତୋଷ ଦେଖାଦେଇଛି ।

nrusinghnath
Leave A Reply

Your email address will not be published.