
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲଖନା ପଞ୍ଚାୟତ ବ୍ରାହ୍ମଣୀ ଗ୍ରାମର କୁବେର ଖମାରୀଙ୍କ ଧର୍ମପତ୍ନୀ ଯଶୋଦା ଖମାରୀଙ୍କ ୭୬ବର୍ଷ ବୟସରେ ମଙ୍ଗଳବାର ଅପରାହ୍ନରେ ନିଜ ବାସଭବନରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ଧରି କିଡନୀ ରୋଗରେ ପୀଡିତ ରହି ଚିକିତ୍ସିତ ହେଉଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ସ୍ୱାମୀ କୁବେର, ତିନି ପୁଅ ବ୍ରାହ୍ମଣୀ ସ୍କୁଲ ସହକାରୀ ଶିକ୍ଷକ ଫକୀରମୋହନ, ବ୍ୟବସାୟୀ ବୈସୁଧ ଓ ଡ଼ିଗ୍ରୀ କଲେଜର ଓଡ଼ିଆ ଅଧ୍ୟାପକ ଘନଶ୍ୟାମ ତଥା ପୁତ୍ରବଧୂ ସିନ୍ଧୁସୂତା, ରୀନା ଓ ରାଜେଶ୍ୱରୀ ତଥା ଦୁଇ ଝିଅ ପ୍ରେମଶିଲା, ଜୟକାନ୍ତି ଓ ଜ୍ୱାଇଁ ମକୁନ୍ଦ ଓ ଅଶୋକଙ୍କ ସହ ସମସ୍ତ ପରିବାରବର୍ଗ ଓ ଆତ୍ମୀୟସ୍ଵଜନ ଉପସ୍ଥିତ ଥିଲେ । ସେ ଜଣେ ଅମାୟିକ ଓ ଧର୍ମପରାୟଣା ମହିଳା ରୂପେ ପରିଚିତ ଥିଲେ । ଷାଠିଏ ଘର ଡୁମାଳ ସମାଜ ଦନ୍ଦ୍ରା କେନ୍ଦ୍ର ସମ୍ପାଦକ ଥିବା ବଡପୁଅ ଫକୀରମୋହନଙ୍କ ମାତା ଯଶୋଦା ଖମାରୀଙ୍କ ବିୟୋଗରେ ଦନ୍ଦ୍ରା କେନ୍ଦ୍ର ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇ ବହୁ କର୍ମକର୍ତ୍ତା ଶବାଧାରରେ ସାମିଲ ହୋଇଥିଲେ । ଅଞ୍ଚଳର ଶତାଧିକ ବ୍ୟକ୍ତିବିଶେଷ ତାଙ୍କ ଶେଷ ଦର୍ଶନ କରି ଶବ ସତ୍କାରରେ ସାମିଲ ହୋଇଥିଲେ । ବଡ଼ପୁଅ ଫକୀରମୋହନ ମୁଖାଗ୍ନି ଦେଇଥିଲେ ।