
- ବିଦ୍ୟୁତ ବିଭାଗର ଚରମ ଅବହେଳା ଯୋଗୁଁ ଏବେ କାଳ ସାଜିଛି ଟ୍ରାନ୍ସଫର୍ମର
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ମାଲିଶିରା ଗ୍ରାମ ପଂଚାୟତ ସଦର ଗ୍ରାମର ଟ୍ରାନ୍ସଫର୍ମରଟି ଦୀର୍ଘ ଦିନ ଧରି ବିପଦ ସଂକୁଳ ଅବସ୍ଥାରେ ପଡି ରହିଛି । ଟ୍ରାନ୍ସଫର୍ମରଟି ସ୍ଥାପନ ହୋଇ ଦୀର୍ଘ ବର୍ଷ ବିତି ଯାଇଥିବା ପରେ ମଧ୍ୟ ଲାଗିନି ଟ୍ରାନ୍ସଫର୍ମର ସୁରକ୍ଷା ପାଇଁ କୌଣସି ପ୍ରକାର ବାଡ଼ ଓ ସଟସର୍କିଟ ବାକ୍ସ ଯାହା ଦ୍ଵାରା ବିପଦକୁ ଆମନ୍ତ୍ରଣ କରୁଛି କାଳ ହୋଇ ଠିଆ ହୋଇଥିବା ଟ୍ରାନ୍ସଫର୍ମର । ପ୍ରତି ଟ୍ରାନ୍ସଫର୍ମରରେ ସୁରକ୍ଷା ବାଡ଼ ଓ ସଟସର୍କିଟ ବାକ୍ସ ଲାଗିଥାଏ କିନ୍ତୁ ଏହି ଟ୍ରାନ୍ସଫର୍ମରରେ କୌଣସି ପ୍ରକାର ବ୍ୟବସ୍ଥା ଲାଗିନି ଯାହା ଦ୍ଵାରା କି ମାଟି ତଳୁ ଦୁଇ ଫୁଟ ଉଚ୍ଚରେ ଏକ କାଠ ଦ୍ଵାରା ବିଦ୍ୟୁତ ତାର ସଂଯୋଗ ହୋଇ ଅବ୍ୟବସ୍ଥାରେ ବିଦ୍ୟୁତ ପ୍ରଭାବିତ ହୋଇଥିବା ବେଳେ ଏବେ ସମ୍ପୂର୍ଣ୍ଣ ଖୋଲା ଆକାରରେ ପଡିରହିଥିବା ଯୋଗୁଁ ଏହା ମନୁଷ୍ୟ ଓ ବୁଲା ପ୍ରାଣୀଙ୍କ ପାଇଁ କାଳ ସାଜିଛି । ଗ୍ରାମବାସୀଙ୍କ କହିବା ଅନୁଯାୟୀ ବର୍ଷା ଦିନ ହେଲେ ଟ୍ରାନ୍ସଫର୍ମରର ଚାରିପଟେ ଅନାବନା ଘାସଲତା ଉଠି ତାହା ଟ୍ରାନ୍ସଫର୍ମର ଉପରକୁ ଉଠି ଯାଇଥାଏ । ତାକୁ ବୁଲା ଗୋରୁଗାଈମାନେ ଟ୍ରାନ୍ସଫର୍ମର ପରିସରର ଘାସ ଚରିବାକୁ ଆସି ଅଳ୍ପକେ ବର୍ତ୍ତି ଯାଉଥିବାର ଚିତ୍ର ମଧ୍ୟ ସାମ୍ନାକୁ ଆସିଥିବାର କହିଛନ୍ତି । ଟ୍ରାନ୍ସଫର୍ମରଟି ରାସ୍ତାକୁ ଅଳ୍ପ ଛାଡି ରହିଥିବା ବେଳେ ସେହି ରାସ୍ତା ଦେଇ ଅନେକ ଛୋଟ ଛୋଟ ସ୍କୁଲ ପିଲା ଓ ଗ୍ରାମବାସୀ ତଥା ଗୃହପାଳିତ ପଶୁମାନେ ଯିବା ଆସିବା କରୁଥିବା ବେଳେ ଭୁଲବଶତଃ ଖୋଲାମେଲା ହୋଇ ପଡିରହିଥିଲା ଟ୍ରାନ୍ସଫର୍ମରର ସଂସ୍ପର୍ଶରେ ଆସି କିଛି ଅଘଟଣ ନଘଟେ ବା କାହାର ଜୀବନ ଯାଏ ତାହା କହି ହେବ ନାହିଁ ବୋଲି ଗ୍ରାମବାସୀ ମତପ୍ରକାଶ କରିଛନ୍ତି । ଦୀର୍ଘ ଦିନ ଧରି ଏହି ସମସ୍ୟାର ସମାଧାନ ପାଇଁ ଅଭିଯୋଗ କରି ଆସୁଥିବା ସତ୍ୱେ ବିଦ୍ୟୁତ ବିଭାଗର ଅଧିକାରୀମାନେ ନୀରବତା ଯୋଗୁଁ କିଛି ଅଘଟଣ ଘଟେ ତାହେଲେ ସମ୍ପୂର୍ଣ୍ଣ ବିଦ୍ୟୁତ ବିଭାଗର କର୍ମଚାରୀମାନେ ଦାୟୀ ରହିବେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ଟ୍ରାନ୍ସଫର୍ମର ଚାରିପଟେ ପାଚେରୀ ଅବା ତାରବାଡ଼ ଘେରାଇବା ପାଇଁ ବିଦ୍ୟୁତ ବିଭାଗ ପାଖରେ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ଯାହାକୁ ନେଇ ଜନସାଧାରଣଙ୍କ ମନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।