csstore

ଅକ୍ଷୟ ଭୋଇଙ୍କ ପରଲୋକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ବୋର୍ଡା ଗ୍ରାମର ଗୌନ୍ତିଆ ପରିବାରର ଅକ୍ଷୟ ଭୋଇ (୭୩)ଙ୍କ ବୁଧବାର ଦିନ ପରଲୋକ ଘଟିଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ସ୍ତ୍ରୀ ନିଲୋତ୍ପଲା ଭୋଇ, ପୁଅ ଉଦୟ ପରମେଶ୍ୱର, ଝିଅ ରୋଜି, ରିଙ୍କି, ରିକୁ, ଜ୍ୱାଇଁ ଧ୍ରୁବ ପାତ୍ର, କୋଶଳୀ କବି ଭକ୍ତବନ୍ଧୁ ସାହୁ, ଭବାନୀ ସାମଲ, ପୁଅ ବୋହୁ ମିନା, ମାନିଙ୍କ ନାତି, ନାତୁଣୀ ଏବଂ ଜ୍ଞାତି ପରିଜନ, ଭାଇ ବୃନ୍ଦ, ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଉଦନ୍ତୀ ନଦୀକୂଳ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ବଡ ପୁଅ ଉଦୟ ମୁଖାଗ୍ନି ଦେଇଥିଲେ । ବୋର୍ଡ଼। ଅଞ୍ଚଳର ଜଣେ ବିଶିଷ୍ଟ ବ୍ୟକ୍ତି ଭାବେ ତାଙ୍କର ଖ୍ୟାତି ରହିଥିଲା । ପରୋପକାରୀ, ଅମାୟିକ, ମିଷ୍ଟଭାଷୀ ବ୍ୟକ୍ତି ଥିଲେ । ଜୀବନ ସାରା ଲୋକଙ୍କ ସେବା କରିବାରେ ସମର୍ପିତ ଥିଲେ । ରାଜନୀତି ସହ ଆଧ୍ୟାତ୍ମିକ କ୍ଷେତ୍ରରେ ମଧ୍ୟ ସମ୍ପୃକ୍ତି ରହୁଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ପରିଚିତି ମହଲରେ ଶୋକର ଛାୟା ଖେଳିଯାଇଛି । ।

jayashree
Leave A Reply

Your email address will not be published.