ନରେନ୍ଦ୍ର କବାଟଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ବରପାଲିପଡା ନିବାସୀ ତଥା ସାମାଜିକ ସଂଗଠକ ନରେନ୍ଦ୍ର କବାଟ (୬୫)ଙ୍କ ଆଜି ପରଲୋକ ହୋଇଯାଇଛି । ଏହି ଖବର ପ୍ରଚାର ହେବା ପରେ ବଲାଙ୍ଗିର ସହରରେ ଶୋକର ଛାୟା ଖେଳିଯାଇଛି । ପରିବାର ଲୋକଙ୍କ ସୁତ୍ରରୁ ପ୍ରକାଶ ଯେ, ସେ ଗତକିଛି ଦିନ ହେଲା ସେ ଶାରିରୀକ ଅସୁସ୍ଥତା ଅନୁଭବ କରିଥିଲେ । ଫଳରେ ପରିବାର ଲୋକେ ବିଶାଖାପାଟଣା ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରିଥିଲେ । କିନ୍ତୁ ତାଙ୍କ ଅବସ୍ଥା ଆହୁରି ଗୁରୁତର ହୋଇଥିଲା । ଫଳରେ ସେଠାରେ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା । ଏହି ଖବର ପ୍ରଚାର ହେବା ଫଳରେ ବିଭିନ୍ନ ମହଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ସ୍ତ୍ରୀ ଆନନ୍ଦିନୀ, ବଡ ପୁଅ ମାନସ, ଅମିତ, ଝିଅ ସଂଗିତା, ଜ୍ୱାଇଁ ଦେବରାଜ ସ୍ୱାଇଁଙ୍କ ସମେତ ପରିଚିତ ବର୍ଗ ଉପସ୍ଥିତ ଥିଲେ । ମୃତ୍ୟୁ ଖବର ପାଇଁ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟର ସହପାଠୀ ବଲାଙ୍ଗିର ସହରର ବିଭିନ୍ନ ସଂଗଠନ ବାର୍ତ୍ତା ଦେଇଥିଲେ । ବଲାଙ୍ଗିର ନାଗରିକ କମିଟି, ବରିଷ୍ଠ ନାଗରିକ କମିଟି, ରେଲ ଉପଭୋକ୍ତା ସଂଘ, ବଲାଙ୍ଗିର ଖଣ୍ଡାୟତ ସମାଜର କୋଷାଧ୍ୟକ, ଦେବାଳୟ ସୁରକ୍ଷା କମିଟିର ସଂପାଦକରେ ବିଭିନ୍ନ ପଦପଦବୀରେ ରହିଥିଲେ । ଏହି ସମସ୍ତ ସଂଗଠନର କାର୍ଯ୍ୟକର୍ତ୍ତାଙ୍କ ସହ ବଲାଙ୍ଗିରର ଅନେକ ବ୍ୟକ୍ତି ଶବାଧାରରେ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.