csstore

କନ୍ଦାଗାଡ ଗ୍ରାମର ଧର୍ମପରାୟଣ ବ୍ୟକ୍ତି ସୁକଲ ବେହେରାଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କନ୍ଦାଗାଡ଼ ଗ୍ରାମର ବିଶିଷ୍ଟ ଧର୍ମପରାୟଣ ବ୍ୟକ୍ତି ସୁକଲ ବେହେରା ୭୫ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି । ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିବା ବେଳେ ଆଜି ମଧ୍ୟାହ୍ନରେ ନିଜ ବାସଭବନରେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ । ସ୍ଵର୍ଗତ ବେହେରା ଜଣେ ପରୋପକାରୀ, ମିଷ୍ଟଭାଷୀ, ସମାଜସେବୀ ଏବଂ ଧର୍ମପରାୟଣ ବ୍ୟକ୍ତି ଥିଲେ । ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପୁଅ କାର୍ତ୍ତିକେଶ୍ୱର ବେହେରା, ରବିନାରାୟଣ ବେହେରା, ବୋହୂ ପଦ୍ମିନୀ ବେହେରା, ଭାରତୀ ବେହେରା, ନାତି, ପିଣ୍ଟୁ, ମଣ୍ଟୁ, ରିଙ୍କୁ, ଟିଙ୍କୁ, ଚିଙ୍କୁ, ନାତୁଣୀ ସୁନିତା, ରେଶ୍ମା ଏବଂ ସମସ୍ତ ବେହେରା ପରିବାର ବର୍ଗ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁ ଖବର ଶୁଣି ଆଖପାଖ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ଵର୍ଗତ ସୁକଲଙ୍କୁ ଶେଷ ଦର୍ଶନ କରି ଗଭୀର ଶୋକ ବ୍ୟକ୍ତ କରିବା ସହିତ ତାଙ୍କର ଶୋକ ସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଥିଲେ । ସ୍ଵର୍ଗତ ସୁକଲଙ୍କ ମର ଶରୀରକୁ ଗ୍ରାମ ଶ୍ମଶାନରେ ସଂସ୍କାର କରାଯାଇଥିଲା । ବଡ଼ ପୁଅ କାର୍ତ୍ତିକେଶ୍ୱର ମୁଖାଗ୍ନି ଦେଇଥିଲେ ।

jayashree
Leave A Reply

Your email address will not be published.