ପରଲୋକରେ ଶିକ୍ଷକ ବିଭୁତି ଶତପଥୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସକାଳେ ପଦ୍ମପୁର ଉପଖଣ୍ଡ ବିରିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ବିଭୁତି ଶତପଥି ବୁର୍ଲା ହସ୍ପିଟାଲରୁ ଚିକିତ୍ସିତ ହୋଇ ଭୁବନେଶ୍ୱରକୁ ସ୍ଥାନାନ୍ତର ହୋଇଥିଲେ । କିନ୍ତୁ ଯିବା ବାଟରେ ବିଭୁତି ଶତପଥୀ (୫୯)ଙ୍କର ପରଲୋକ ହୋଇଯାଇଛି । ସେ ୧/ ୪/୧୯୬୫ ମସିହାରେ କନସିଙ୍ଗା ପଂଚାୟତ ସ୍ଥିତ ସାରସମାଲ ଗ୍ରାମର ମୁକୁନ୍ଦ ଶତପଥି ଓ ବିଷ୍ଣୁପ୍ରିୟା ଶତପଥିଙ୍କ ପୁତ୍ର ବିଭୁତି ଶତପଥୀ ଥିଲେ । ସେ ଜଣେ ଛାତ୍ର ବତ୍ସଳ, ପରୋପକାରୀ, ମିଷ୍ଟଭାସି ବ୍ୟକ୍ତି ଥିଲେ । ତାଙ୍କ ପଛରେ ସ୍ତ୍ରୀ ଆଲ୍ହାଦିନୀ ଶତପଥି, ତାଙ୍କର ବଡ଼ ପୁଅ ସିଦ୍ଧାର୍ଥ, ସାନ ପୁଅ କୃତାର୍ଥ ଶତପଥୀ, ଦୁଇଭାଇ ବିସିକେଶନ ଶତପଥି, ବି. ଇ.ଓ ଝାରବନ୍ଧ ଓ ବୀର କିଶୋର ତଥା ଭାଇ ବନ୍ଧୁଙ୍କୁ ପଛରେ ଛାଡି ଯାଇଛନ୍ତି । ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ତାଙ୍କ ଗ୍ରାମ ଲୋକେ, ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀ ମହଲରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.