csstore

ସମାଜସେବୀ କୁଞ୍ଜ ବିହାରୀ ସାହୁଙ୍କ ପରଲୋକ

ଜୟପାଟଣା, (ଶେଷଦେବ ବେହେରା ) : କଳାହାଣ୍ଡି ଜିଲ୍ଲା ବିଜମରା ଗ୍ରାମର ସମାଜସେବୀ ତଥା ସଂଗଠକ କୁଞ୍ଜ ବିହାରୀ ସାହୁଙ୍କ ୩ ମାସ ଧରି କୋମା ଅବସ୍ଥାରେ ମୃତ୍ୟୁ ସାଙ୍ଗରେ ସଙ୍ଘର୍ଷ କଲା ପରେ ଆଜି ପୂର୍ବାହ୍ନରେ ନିଜ ଜନ୍ମ ମାଟିରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୫ବର୍ଷ ହୋଇଥିଲା । ସ୍ୱର୍ଗତ ସାହୁ ଏକାଧାରରେ ଜଣେ ସୁବକ୍ତା, ସମାଜସେବୀ, କ୍ରୀଡାବିତ୍, ସ୍ଵେଚ୍ଛାକୃତ ରକ୍ତଦାତା, ଶିଶୁ ମନ୍ଦିରର ପୂର୍ବତନ ଆଚାର୍ଯ୍ୟ ଭାବରେ ଆଖ ପାଖ ଅଞ୍ଚଳରେ ବେଶ ପରିଚୟ ରଖିଥିବା ବେଳେ ତାଙ୍କରି ବିୟୋଗ ଜଣେ ସୁଚିନ୍ତକଙ୍କୁ ହରାଇଏକ ଶୂନ୍ୟତା ସୃଷ୍ଟି କରିଛି ବୋଲି ଆଲୋଚନା ହେଉଛି । ସ୍ୱର୍ଗତ ସାହୁ ଗତ ୧୮/୫/୨୦୨୪ ତାରିଖରେ ନିଜ ଗ୍ରାମର ମୁଖ୍ୟ ରାସ୍ତାରେ ସଡକ ଦୁର୍ଘଟଣାରେ ପଡ଼ି କୋମା ଅବସ୍ଥାରେ ରହିଯାଇଥିଲେ । ପ୍ରଥମେ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କଲାପରେ ବୁର୍ଲା, ବରଗଡ଼ ବିକାଶ ଓ ଶେଷରେ ଭୁବନେଶ୍ୱର ସ୍ଥିତ ସୋମ୍‌ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା । କୌଣସି ସୁଫଳ ନ ମିଳିବାରୁ ପରିବାର ଲୋକେ ଘରକୁ ନେଇଆସି ଥିଲେ । ପରିଶେଷରେ ସୋମବାର ପୂର୍ବାହ୍ନ ଶ୍ରୀକୃଷ୍ଣ ଜନ୍ମ ଦିନରେ ଅନ୍ତିମ ଶ୍ୱାସ ଛାଡ଼ି ଛନ୍ତି । ତାଙ୍କର ଗୋଟିଏ ପୁଅ ଓ ଦୁଇଟି ଝିଅ ଥିବା ବେଳେ ପୁଅ ବିଶ୍ୱଦେବ ମୁଖାଗ୍ନି ଦେଇଥିବା ସୁଚନା ମିଳିଛି । ମୃତ୍ୟୁ ଖବର ପରେ ଶତାଧିକ ଲୋକ ଅନ୍ତିମ ଦର୍ଶନ କରିଥିଲେ । ତାଙ୍କରି ମୃତ୍ୟୁ ଖବରକୁ ଧର୍ମଗଡ ବିଧାୟକ ସୁଧୀର କୁମାର ପଟ୍ଟ ଯୋଷୀ, ବିଜେପି ଜିଲ୍ଲା ସଭାପତି ଆର୍ତ୍ତ ମହାପାତ୍ର, ସମାଜସେବୀ ଶେଷଦେବ ବେହେରା, ଭାରତ ମୁଣ୍ଡ, ବିଜୟଦେବ ସାହୁ ପ୍ରମୁଖ ଏକ ଅପୂରଣୀୟ କ୍ଷତି ବୋଲି ଜଣାଇଛନ୍ତି ।

jayashree
Leave A Reply

Your email address will not be published.