ବିଶିଷ୍ଟ ବ୍ୟବସାୟୀ କ୍ଷେତ୍ରବାସୀ ସାହୁଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସହରର ବିଶିଷ୍ଟ ବ୍ୟବସାୟୀ କ୍ଷେତ୍ରବାସୀ ସାହୁଙ୍କ ଗତକାଲି ରାତି ପ୍ରାୟ ୧୧ ଘଣ୍ଟା ୨୫ ମିନିଟ ସମୟରେ ନିଜର ବାସଭବନରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି । ବାର୍ଦ୍ଧକ୍ୟ ଜନିତ ଅସୁସ୍ଥ ହୋଇ ସେ ଚିକିତ୍ସିତ ହେଉଥିଲେ । ତାଙ୍କ ମୃତ୍ୟୁ ବେଳକୁ ୮୭ ବର୍ଷ ବୟସ ହୋଇଥିଲା । ଆଜି ଶନିବାର ଦିନ ସକାଳ ୮ ଘଣ୍ଟା ସମୟରେ ଗ୍ରାମ ଶ୍ମଶାନରେ ଶବ ସତ୍କାର କରାଯାଇଛି । ମୃତ୍ୟୁ ସମୟରେ ତାଙ୍କର ପତ୍ନୀ, ତିନି ପୁଅ ପ୍ରଫୁଲ ସାହୁ, ବିଜୟ ସାହୁ, ଅଜୟ ସାହୁ, ତିନି ବୋହୁ, ଝିଅ ପ୍ରତିଭା, ପମି, ଜ୍ୱାଇଁ, ନାତି, ନିତୁଣୀ ଅଣ ନାତି ନାତୁଣୀ ଓ ପରିବାର ବର୍ଗ ଉପସ୍ଥିତ ଥିଲେ । ତାଙ୍କର ଶବାଧାରରେ ପାଇକମାଲ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତାଙ୍କର ବଡ଼ ପୁଅ ପ୍ରଫୁଲ୍ଲ ସାହୁ ମୁଖାଗ୍ନୀ ଦେଇଥିଲେ । ସେ ଜଣେ ମିଷ୍ଟଭାଷୀ ଓ ଧର୍ମପରାୟଣ ବ୍ୟକ୍ତି ଭାବେ ବେଶ ପରିଚିତ ଥିଲେ । ସେ ପାଇକମାଲର ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଲୋକମାନଙ୍କ ସହିତ ମିଶୁଥିଲେ । ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକର ଛୟା ଖେଳିଯାଇଛି ।

Leave A Reply

Your email address will not be published.

error: Content is protected !!