ବିଜ୍ଞାନ ଶିକ୍ଷକ ଦୟାନିଧି ଦାଶଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଟାଲଗ୍ରାମ ତଥା ଦୁବୁଲାବାହାଲ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଦୟାନିଧି ଦାଶଙ୍କ ଦେହାନ୍ତ ହୋଇଯାଇଛି । ଗତ କିଛି ମାସ ହେଲା ସେ ବ୍ରେନ ଟ୍ୟୁମର ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ସେ ଅନେକ ବାର ସାଧନ କର୍ମୀ ଭାବରେ ତଥା ବିଭିନ୍ନ ବିଷୟରେ ଶିକ୍ଷକଙ୍କୁ ମାର୍ଗଦର୍ଶନ କରିଥିଲେ । ଆଜି ସୁରଭି କାର୍ଯ୍ୟକ୍ରମ ଅବସରରେ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଆରସିସି ଜୟ କୁମାର ସାହୁଙ୍କ ଆହ୍ୱାନ କ୍ରମେ ସମସ୍ତଙ୍କ ଉପସ୍ଥିତରେ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା । ତାଙ୍କ ବିୟୋଗରେ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଏବିଇଓ ଗଣ, ବ୍ଲକ ପ୍ରାଥମିକ ସଂଘର କର୍ମକର୍ତ୍ତା ଗଣ ଶୋକ ପ୍ରକାଶ କରିବା ସହ ତାଙ୍କ ବିୟୋଗ ରାଜବୋଡାସମ୍ବର ବ୍ଲକ ପାଇଁ ଅପୂରଣୀୟ କ୍ଷତି ବୋଲି ଜିଲ୍ଲା ସାଧନ କର୍ମୀ ସଦସ୍ୟ ଓ ବିଜ୍ଞାନ ଶିକ୍ଷକ ରାଜକୁମାର ସାହୁ ପ୍ରକାଶ କରିଛନ୍ତି । ମିଳିତ ପ୍ରାଥମିକ ସଙ୍ଘର ଆନୁକୂଲ୍ୟରେ ଶିକ୍ଷକ ଭବନ ପଦ୍ମପୁରରେ ଆସନ୍ତା ରବିବାର ଦିନ ୬/୧୧/୨୨ ତାରିଖ ଏକ ଶୋକସଭା କରାଯିବ ବୋଲି ପ୍ରସ୍ତାବ ଗୃହୀତ ହୋଇଛି ।

Leave A Reply

Your email address will not be published.

twelve + six =