om academy

ବରଗଡ଼ ମ୍ୟୁନିସିପାଲଟିର ପୂର୍ବତନ ନଗରପାଳ ଦେବକୀ ସାହୁଙ୍କ ପରଲୋକ

jsm

ବରଗଡ, (ସତ୍ୟନାରାୟଣ ପଧାନ) : ବରଗଡ଼ ପୌରପରିଷଦ ଅର୍ନ୍ତଗତ ଓ୍ବାର୍ଡ- ୧୮ ବନ୍ଧୁରଟିକ୍ରା ନିବାସୀ ଶ୍ରୀମତୀ ଦେବକୀ ସାହୁ ୮୭ବର୍ଷ ବୟସରେ ଆଜି ରାତ୍ରି ୭.୩୦ ମିନିଟ୍ ସମୟରେ ପରଲୋକ ଘଟିଛି । ୧୯୯୫ ରୁ ୨୦୦୦ ପର୍ଯ୍ୟନ୍ତ ସେ ବରଗଡ଼ ମ୍ୟୁନିସିପାଲଟିର ଉପ-ନଗରପାଳ ଓ କିଛି ସମୟ ପର୍ୟ୍ଯନ୍ତ ନଗରପାଳ ଥିଲେ । କଂଗ୍ରେସ ଦଳର ବିଭିନ୍ନ ପଦପଦବୀ ରହି ନିଷ୍ଠାର ସହିତ କାର୍ଯ୍ୟ ତୁଲେଇ ଥିଲେ । ତାଙ୍କ ମୁତ୍ଯୁଶଯ୍ୟା ନିକଟରେ ଉପସ୍ଥିତ ହୋଇ ପ୍ରଦୀପ ଦେବତା, ନିହାର ରଞ୍ଜନ ମହାନନ୍ଦ, ନୀପନ ଦାଶ, ପ୍ରତାପ ଚନ୍ଦ୍ର ନାୟକ, ଓ ସନ୍ତୋଷ ଦାଶ ପ୍ରମୂଖ ଦିବଙ୍ଗତ କଂଗ୍ରେସ ନେତ୍ରୀଙ୍କୁ ବରଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Leave A Reply

Your email address will not be published.