lika

ଆଦର୍ଶ ଶିକ୍ଷକ ରକ୍ଷା ନାଏକଙ୍କ ପରଲୋକ

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ କୁରୁଲ ଗ୍ରାମ ନିବାସୀ ଆଦର୍ଶ ଶିକ୍ଷକ ରକ୍ଷା ନାଏକଙ୍କ ୮୨ ବର୍ଷ ବୟସରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁ ସମୟରେ ତାଙ୍କ ନିକଟରେ ତାଙ୍କ ଧର୍ମପତ୍ନୀ ଗୁଆବତୀ ନାଏକ, ପୁତ୍ର ପ୍ରକୃତିବନ୍ଧୁ ଶିକ୍ଷକ ଦିଗାମ୍ବର, ଶ୍ୱେତାମ୍ବର, ତିନି ଝିଅ ଶାନ୍ତି, ସ୍ନେହା, ସଞ୍ଜୁ, ଜ୍ୱାଇଁ, ନାତି ଅଭିଜିତ, ସୁରଜିତ, ବିଶ୍ୱଜିତ, ଅରିଜିତ, ନାତୁଣୀ ସାଗରୀକା, ସ୍ୱାଗତିକା ସମେତ ପରିବାର ବର୍ଗ ଓ ଆତ୍ମିୟ ସ୍ୱଜନ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ପୁରାତନ ଛାତ୍ର ଛାତ୍ରୀ ଓ ଆତ୍ମୀୟ ସ୍ୱଜନଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ମାଙ୍କଡଚୁଆଁ, ପୁଡାପାଲି, କୁରୁଲ ଓ ଭରତବାହାଲ ପ୍ରାଥମିକ ବିଦ୍ୟାଳୟରେ ସ୍ୱର୍ଗତ ନାଏକ ପ୍ରଧାନ ଶିକ୍ଷକ ଭାବେ ଦୀର୍ଘ ବର୍ଷ ଶିକ୍ଷାଦାନ କରିଥିଲେ । ଶ୍ରୀ ରାମଜୀ ସାଂସ୍କୃତିକ ସଂଘ, କୁରୁଲ ତରଫରୁ ମଞ୍ଚସ୍ଥ ନାଟକ ଆସମାନ ଡାକୁ, ପ୍ରତିଶୋଧ, ଖୁଲଣା ସୁନ୍ଦରୀ, ଦ୍ରୋଣାଚାର୍ଯ୍ୟ ଆଦିରେ ଶ୍ରୀ ନାଏକ ଅଭିନୟ କରିବା ସହ ୨୦ରୁ ଅଧିକ ନାଟକରେ ଅଭିନୟ ପରାକାଷ୍ଠାରେ ଜନଗଣଙ୍କୁ ମୋହିତ କରି ବହୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ ହୋଇଥିଲେ । ବଲାଙ୍ଗିର ଲୋକ ଉତ୍ସବ-୨୦୧୪-୧୫ ମସିହାରେ ଲୀଳା ନାଟ୍ୟ ମଞ୍ଚନର ବିଭୋର କଳାକାର ଭାବେ ଶ୍ରୀ ନାଏକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରକ୍ଷା ନାଏକଙ୍କ ଜ୍ୟେଷ୍ଠ ପୁତ୍ର ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ସ୍ୱର୍ଗତ ପିତାମ୍ବର ନାଏକ ଜିଲ୍ଲାର ଗର୍ବ ଓ ଗୌରବକୁ ଜାତୀୟ ସ୍ତରରେ ପହଞ୍ଚାଇ ପାରିଥିଲେ । ଅନ୍ତିମ ସଂସ୍କାର କୁରୁଲ ଗ୍ରାମ ଶ୍ମଶାନ ଘାଟରେ ସମାହିତ ହୋଇଥିଲା । ପୁତ୍ର ଶ୍ୱେତାମ୍ବର ମୁଖାଗ୍ନୀ ଦେଇଥିଲେ ।

babaa
Leave A Reply

Your email address will not be published.