pakka

ଶତାୟୁ ପୁରୁଷ ଗଜେନ୍ଦ୍ରନାଥ ଜଗଦେବଙ୍କ ପରଲୋକ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ପାଣୀ) : ଘନିପୂର ପଞ୍ଚାୟତ ଅନ୍ତର୍ଗତ ତିଗିରିଆ ଗ୍ରାମର ଶତାୟୁ ପୁରୁଷ ଗଜେନ୍ଦ୍ରନାଥ ଜଗଦେବଙ୍କ ପରଲୋକ ହୋଇଯାଇଥିବା ସୂଚନା ମିଳିଛି । ତାଙ୍କର ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ଧର୍ମପରାୟଣ, ସମାଜସେବୀ, ପରୋପକାରୀ, ମେଲାପି ମଣିଷ ଥିଲେ । ସେ ସ୍ବାମୀ ପୂର୍ଣ୍ଣାନନ୍ଦ ଜୀଙ୍କ ଦୀକ୍ଷା ନେଇଥିଲେ । ବହୁ ମାନ୍ୟଗଣ ବ୍ୟକ୍ତି, ଶିଷ୍ୟଗଣ ତିଗିରିଆସ୍ଥିତ ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହ ଦୁଇ ମିନିଟ ନିରବ ପ୍ରାର୍ଥନା ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶେଷରେ ଗ୍ରାମ ଶ୍ମଶାନରେ ତାଙ୍କର ଅନ୍ତେଷ୍ଟ୍ରୀ କ୍ରିୟା ସମାପନ କରାଯାଇଥିଲା । ତାଙ୍କ ବଡପୁଅ ଧୃବଚରଣ ଜଗଦେବ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.

fifteen − three =