୨ କୋଟି ୬୩ ଲକ୍ଷ ଟଙ୍କାର ବ୍ୟୟରେ ହେବାକୁ ଥିବା ପାନୀୟ ଜଳ ପ୍ରକଳ୍ପର ଭିତ୍ତିସ୍ଥାପନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହର, ଆଇଆର୍‌ଇ ପ୍ଲାଣ୍ଟ ଏରିଆ, ଛତ୍ରପୁର ସହରତଳି ଓ ଏହାର ଆଖପାଖ ଅଞ୍ଚଳରେ ସ୍ୱାଭାବିକ ଭାବେ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ଏକ ଉନ୍ନିତ ବ୍ୟବସ୍ଥାପନାର ସକ୍ରିୟକରଣ କରାଯାଉଛି । ଏଥିନିମନ୍ତେ ଭୂତଳ ଜଳ ସଂରକ୍ଷଣ ଭଣ୍ଡାର ଛତ୍ରପୁର ସ୍ଥିତ ଉପଖଣ୍ଡ ଜନସ୍ୱାସ୍ଥ୍ୟ କାର୍ଯ୍ୟାଳୟ ପରିସରରେ ନିର୍ମାଣ ଲାଗି ୨ କୋଟି ୬୩ ଲକ୍ଷ ଟଙ୍କାର ବ୍ୟୟରେ ନିର୍ମାଣ ହେବାକୁ ଥିବା ପାନୀୟଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଗତକାଲି ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅର୍ଥ ମଞ୍ଜୁର ହୋଇଥିବା ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ କର କମଳରେ ସମ୍ପାଦିତ ହୋଇଯାଇଛି । ବରିଷ୍ଠ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଇଂ. ରାମଚନ୍ଦ୍ର ସାମନ୍ତରାୟ, କନିଷ୍ଠ ଯନ୍ତ୍ରୀ ଶ୍ରୀମତୀ ମୃଦୁ ପାଣିଗ୍ରାହୀ, ଛତ୍ରପୁର ନଗର ଯୁବ ବିଜେଡି ସଭାପତି ଟି.ଚନ୍ଦ୍ରଶେଖର ରାଓ, ବି.ରାଜିବାବୁ ତଥା ଉପଖଣ୍ଡ ଜନସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ, ଅଫିସର ପ୍ରମୁଖ ଏହି ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.