pakka

ମେଗା ପାନୀୟ ଜଳ ପ୍ରକଳ୍ପ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ

kalikesh

• ୩ଟି ବ୍ଲକର ଲୋକଙ୍କୁ ପାଇପ ଲାଇନ ଯୋଗେ ମିଳିବ ପାନୀୟ ଜଳ
• ଗ୍ରାମବାସୀଙ୍କ ମଧ୍ୟରେ ଆନନ୍ଦ ସଞ୍ଚାର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ପୋଟ୍ଟଲାମପୁର ଗ୍ରାମପଞ୍ଚାୟତର କଂସାରୀଗଣ୍ଡଠାରେ ଏକ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ନିମନ୍ତେ ଛତ୍ରପୁର ବିଧାୟକଙ୍କ କର କମଳରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ଏହାକୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ୨୫୦.୩୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପ ଦ୍ୱାରା ଛତ୍ରପୁର ବ୍ଲକର ୧୮ଟି ଗ୍ରାମପଞ୍ଚାୟତ, ରଙ୍ଗେଇଲୁଣ୍ଡା ବ୍ଲକର ୩୧ଟି ଗ୍ରାମପଞ୍ଚାୟତ ଓ ଗଞ୍ଜାମ ବ୍ଲକର କରପଡା ଏବଂ ରାଜପୁର ଗ୍ରାମକୁ ପିଇବା ପାଣି ଯୋଗାଣ ବ୍ୟବସ୍ଥା ଭାବେ ଲୋକଙ୍କ ସେବାରେ ଆସିବ ବୋଲି ସରକାରୀ ଭାବେ କୁହାଯାଇଛି । ପ୍ରତି ଗ୍ରାମପଞ୍ଚାୟତ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଓଭର ହେଡ ପାଣି ଟାଙ୍କି ନିର୍ମାଣ କରାଯିବ । ଏହି ପାଣି ଟାଙ୍କିରୁ ପ୍ରତି ଘରକୁ ଘର ପାଇପ ଲାଇନ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ମତବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍‌. ଧନଞ୍ଜୟ ରେଡ୍ଡି, ଛତ୍ରପୁର ବିଜେଡି ବ୍ଲକ ସଭାପତି ପ୍ରବାସୀ ପ୍ରଧାନ, ଯୁବ ବିଜେଡି ଜିଲ୍ଲା ସମ୍ପାଦକ ଶମ୍ଭୁନାଥ ସ୍ୱାଇଁ, ଯୁବ ବିଜେଡି ବ୍ଲକ ସମ୍ପାଦକ ସପନ ନାହାକ, କଲ୍ୟାଣୀ ପାଣି ପଞ୍ଚାୟତ କୋଷାଧ୍ୟକ୍ଷ ଅବନୀ ମହାପାତ୍ରଙ୍କ ସମେତ ବହୁ ସ୍ଥାନୀୟ ବାସିନ୍ଦା, ଗ୍ରାମବାସୀ, ଭଦ୍ରମଣ୍ଡଳୀ ଓ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ ।

pp
Leave A Reply

Your email address will not be published.

twenty + eight =