ଅଚଳ ଅବସ୍ଥାରେ ରୁଣିମହୁଲ ସୋଲାର ପାଣି ଟାଙ୍କି : ଗ୍ରାମବାସୀ ଅସନ୍ତୋଷ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସରକାରଙ୍କ ପକ୍ଷରୁ ସମସ୍ତ ଗ୍ରାମ ଗୁଡିକରେ ସୋଲାର ପାଣି ଯୋଗାଇ ଦେବା ପାଇଁ ପମ୍ପ ସେଟ୍‌ର ବ୍ୟବସ୍ଥା କରାଯାଇଛି । କିନ୍ତୁ ତାହା କେତେ କାର୍ୟ୍ୟକାରୀ ହେଉଛି ତଦାରଖ କରିବାକୁ କାହାରି ଆଗ୍ରହ ନାହିିଁ । ସୂଚନା ଏହି ଯେ, ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କନ୍ଧକେଲଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରୁଣିମହୁଲ ଗ୍ରାମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସୋଲାର ପାଣି ଟାଙ୍କି ନିର୍ମାଣ କରାଯାଇଛି । କିନ୍ତୁ ଦୁଃଖର ବିଷୟ ଯେ ଏବେ ସେ ପାଣି ଟାଙ୍କି ଅଚଳ ଅବସ୍ଥାରେ ପଡ଼ିରହିଛି । ଫଳରେ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଉକ୍ତ ଗ୍ରାମର ଜନସାଧାରଣ ପିଇବା ପାଣି ପାଇଁ ବହୁ ଅସୁବିଧାର ପଡ଼ିଛ‌ନ୍ତି । ଗ୍ରାମରେ ଦୁଇଟି ନଳକୂପ ଅଛି । କିନ୍ତୁ ଭଲ ପାଣି ବାହାରୁ ନାହିିଁ । ତାହା ବହୁତ ପୁରୁଣା, ତେଣୁ ରୋଗର ଶିକାର ହେବାର ଆଶଙ୍କା ରହିଛି । ଉକ୍ତ ସୋଲାର ପାଣି ଟାଙ୍କି ଦ୍ଵାରା ପିଇବା ପାଣି ସହିତ ଗାଧୋଇବାର ମଧ୍ୟ ବ୍ୟବହାର କରାଯାଇଥାଏ । କାରଣ ଭଳ ପୋଖରୀ ମଧ୍ୟ ନାହିଁ ୠାଁରେ । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଖୁବଶୀଘ୍ର ଜଳ ଯୋଗାଣ ବ୍ୟବସ୍ଥା କରାଯାଉ ବୋଲି ଗ୍ରାମବାସୀ ଦାବୀ କରିଛନ୍ତି । ଯଦି ଜଳ ଯୋଗାଣ ବ୍ୟବସ୍ଥା ଶୀଘ୍ର ନ କରାଗଲେ ବାଧ୍ୟ ହୋଇ ଆନ୍ଦୋଳନର ପନ୍ଥା ଗ୍ରହଣ କରିବୁ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

Leave A Reply

Your email address will not be published.