ଟ୍ର‌ମ୍ପ ଯୁଗ ଶେଷ ହେବ ଆମେରିକାରେ : ବିଜୟର ପାଖାପାଖି ଜୋ ବାଇଡେନ୍

ୱାଶିଂଟନ : ଟ୍ର‌ମ୍ପ‌ଙ୍କ ଯୁଗ ଶେଷ ହେବାକୁ ଯାଉଛି ଆମେରିକାରେ । ବିଜୟର ପାଖାପାଖି ଏବେ ଜୋ ବାଇଡେନ୍‌ । ବିଜୟ ନମ୍ବରରୁ ଆଉ ଗୋଟିଏ ପାଦ ଦୂର । ଆଉ ଗୋଟିଏ ରାଜ୍ୟରେ ବିଜୟ ହାସଲ କଲେ ବାଇଡେନ୍‌ଙ୍କ ହ୍ୱାଇଟ୍‌ ହାଉସ୍‌ ପହଂଚିବା ସି‌ଦ୍ଧ ହେବ । ବିଜୟ ନମ୍ବର ୨୭୦ ଛୁଇଁଲେ ଜୋ ବାଇଡେ଼ନ୍‌ ଆମେରିକାର ରାଷ୍ଟ୍ରପତି ଆସନ ଅଳଂକୃତ କରିବେ । ଦେଖିବାକୁ ଗଲେ ବାଇଡେନ୍‌ ଆମେରିକାର ନୂଆ ରାଷ୍ଟ୍ରପତି ହେବା ଆଶା ଏକ ପ୍ରକାର ଉଜ୍ଜ୍ୱଳ ହୋଇ ସାରିଲାଣି । ଆଜି ଜୋ ବାଇଡ଼େନ କହିଛନ୍ତିକି, ଆମେ ରେସ୍‌ ଜିତିବାକୁ ଯାଉଛୁ । ଟ୍ର‌ମ୍ପ‌ଙ୍କୁ ପଛରେ ପକାଇ ଡେମୋକ୍ରାଟିକ୍‌ ଦଳର ପ୍ରାର୍ଥୀ ଜୋ ବାଇଡେନ୍‌ ୨୬୪ ଅଂକ ସହ ସୁଦୃଢ଼ ସ୍ଥିତିରେ ଏବେ ରହିଛନ୍ତି । ତାଙ୍କ ବିଜୟ ସୁନିଶ୍ଚିତ ବୋଲି ରାଜନୀତି ବିଶେଷଜ୍ଞମାନେ କହୁଛ‌ନ୍ତି ।

Leave A Reply

Your email address will not be published.