ପ୍ରାଧ୍ୟାପକ ଡ. ରଂଜନ କୁମାର ପାଣିଗ୍ରାହୀ ସମ୍ବର୍ଦ୍ଧିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ (କଟକ), ଅଗ୍ନିସ୍ପୁଲିଙ୍ଗ (ରାଉରକେଲା), ଓଡ଼ିଶା ପୂଜ୍ୟପୂଜା ପରିଷଦ(କଟକ)ର ମିଳିତ ଆନୁକୂଲ୍ୟରେ ଆୟୋଜିତ ୪୮ତମ ରାଜ୍ୟସ୍ତରୀୟ ସାରସ୍ଵତ ସମାରୋହରେ ପ୍ରାଧ୍ୟାପକ ଡ଼. ରଂଜନ କୁମାର ପାଣିଗ୍ରାହୀଙ୍କୁ “ରାଜ୍ୟସ୍ତରୀୟ କବିତା ସମ୍ମାନ ୨୦୨୫” ରେ ସମ୍ମାନିତ କରାଯାଇଛି । ତା-୧୬-୦୨-୨୦୨୫ ରବିବାର ଦିନ କଟକ ସ୍ଥିତ କର୍ମବୀର ଗୌରୀଶଙ୍କର ଟାଉନହଲ ଠାରେ ଏକ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ପ୍ରଖ୍ୟାତ ସିନେ ଅଭିନେତା, ପ୍ରଯୋଜକ ତଥା ନିର୍ଦ୍ଦେଶକ ଡ. ପ୍ରଦ୍ୟୁମ୍ନ ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀର ପ୍ରାଣ ପ୍ରତିଷ୍ଠାତା କବି ସାରଥୀ ଡ. ଗିରିଜାଶଙ୍କର ଶ୍ରୀଚନ୍ଦନ ମହାପାତ୍ରଙ୍କ ପରିଚାଳନାରେ ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଅଂଚଳରୁ ଅସଂଖ୍ୟ ସାରସ୍ଵତ ସାଧକ ମାନେ ଉପସ୍ଥିତ ଥିଲେ । ଶ୍ରୀ ପାଣିଗ୍ରାହୀଙ୍କ ଓଡ଼ିଆ ଭାଷା ସାହିତ୍ୟ,କଳା – ସଂସ୍କୃତିର ବିକାଶ ପାଇଁ ଉଲ୍ଲେଖନୀୟ ଭୂମିକା ପାଇଁ ଉକ୍ତ ସମ୍ମାନ ପ୍ରଦାନ କରାଯାଇଥିଲା । ପ୍ରକାଶ ଥାଉକି ଶ୍ରୀ ପାଣିଗ୍ରାହୀଙ୍କ ଅସଂଖ୍ୟ କବିତା, ଗଳ୍ପ, ଐତିହାସିକ ସ୍ଥାନ ଉପରେ ଗବେଷଣାତ୍ମକ ଲେଖା ବିଭିନ୍ନ ପତ୍ରପତ୍ରିକା ତଥା ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି ।

Leave A Reply

Your email address will not be published.