om academy

ଦୀର୍ଘ ୧୦ ବର୍ଷରୁ ଅଧିକ ହେବ ଉପରପଡାବାସୀ ପାନୀୟ ଜଳ ପାଇବାରୁ ବଚିଂତ

jsm

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଚନ୍ଦନ ଭାଟି ପଚାଂୟତର ବାଦିଘୋର ଗ୍ରାମର ଉପରପଡା ବାସିନ୍ଦା ଦୀର୍ଘ ୧୦ ବର୍ଷରୁ ଅଧିକ କାଳ ହେବ ପାନୀୟ ଜଳ ପାଇବାରୁ ବଚିଂତ ଅଛନ୍ତି । ଗ୍ରାମବାସୀ ଅନେକ ହାରି ଗୁହାରୀ କରିବା ପରେ ମଧ୍ୟ ବିଫଳ ହୋଇଥିଲେ । ପରେ ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ବସୁଧା ଯୋଜନାରେ ଗ୍ରାମକୁ ପାନୀୟ ସଂଯୋଗ ହେଲା, ଯାହାକି ତାଲପାଲିପଡାରୁ ଉପରପଡାକୁ ପାଇପ ସଂଯୋଗ ହେଲା; କିନ୍ତୁ ପାଣି ଆସିଲା ନାହିଁ । ଅନେକ ଲୋକଙ୍କୁ ଗୁହାରି କରି ଥକି ଯିବା ପରେ ବର୍ତ୍ତମାନ ଗ୍ରାମର ଯୁବକମାନେ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ଟ୍ୱିଟ ମଧ୍ୟ କରିଛନ୍ତି । ହେଲେ ତାହା ମଧ୍ୟ କୌଣସି କାମରେ ଆସିଲା ନାହିଁ । କେବେ ଏହି ଗାଁକୁ ପାଣି ଆସିବ ଏବଂ ସରକାର କେବେ ଏହି ଗ୍ରାମ ପାଇଁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବେ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ।

Leave A Reply

Your email address will not be published.