ନିଁପୁର ଗାଁ ଦାଣ୍ଡରେ ଆଁଣ୍ଠୁଏ ପାଣି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବର୍ଷାଜଳରେ ଡେଲାଙ୍ଗ ବ୍ଲକ ସିଂହବ୍ରହ୍ମପୁର ପଞ୍ଚାୟତର ନିଁପୁର ଗାଁର ମୁଖ୍ୟ ରାସ୍ତା ଜଳାର୍ଣ୍ଣବ ହୋଇପଡିଛି । ଅସରାଏ ବର୍ଷା ହେଲେ ଗାଁ ଦାଣ୍ଡରେ ଆଁଣ୍ଠୁଏ ଉଚ୍ଚରେ ପାଣି ଲହଡି ମାରେ, ଯାହାଫଳରେ ଅଞ୍ଚଳବାସୀ ଯାତାୟତରେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି । ଏବେ ରାସ୍ତା ଉପରେ ପାଣି ଲହଡି ମାରୁଛି । ଏହି ରାସ୍ତା ଦେଇ ସହସହ ସଂଖ୍ୟାରେ ଲୋକେ ପିପିଲ, ଡେଲାଙ୍ଗ, ଜଟଣୀ, ଭୁବନେଶ୍ୱରକୁ ଯାଇଥାନ୍ତି । ରାସ୍ତା ପାଶ୍ୱର୍ରେ ଡ୍ରେନଜ୍‌ ବ୍ୟବସ୍ଥା କରାଯାଇ ନଥିବାରୁ ବର୍ଷା ଜଳ ନିଷ୍କାଷନ ନହୋଇ ରାସ୍ତା ଉପରେ ଜମି ରହୁଛି । ଭାରିଯାନ, ମୋଟର ସାଇକେଲେ ଗଲା ବେଳେ ପାଣି ଲହଡି/ଛିଟିକା ଲୋକଙ୍କ ଉପରେ ପଡିବା ସହ ରାସ୍ତା ପାଶ୍ୱର୍ରେ ଥିବା ଘରଗୁଡିକ ମଧ୍ୟକୁ ମଇଳା ପାଣି ପଶିଯାଏ । ବହୁଦିନ ପାଣି ଜମି ରହବାରୁ ରାସ୍ତା ସାରା ପଙ୍କକାଦୁଅରେ ଉବୁଟୁବୁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି । ଗାଁ ଦାଣ୍ଡ ରସ୍ତାକୁ ଉଚ୍ଚା କରିବା ସହ ରାସ୍ତା ପାଶ୍ୱର୍ରେ ଡ୍ରେନଜ୍‌ ସିଷ୍ଟମ୍‌ କରାଗଲେ ଏହି ସମସ୍ୟା ଦୂରୀଭୁତ ହୋଇପାରିବ ବୋଲି ଗ୍ରାମବାସୀ କୁହନ୍ତି । ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ସହ ତୁରନ୍ତ ପ୍ରତିକାର ବ୍ୟବସ୍ଥା କରିବାକୁ ଦାବୀ ଜଣାଇଛନ୍ତି ।

Leave A Reply

Your email address will not be published.

19 + 17 =