pakka

ଏପ୍ରିଲରୁ ଝଟ୍‌କା : ୧୫ ବର୍ଷ ପୁରୁଣା କାର୍‌ ପଞ୍ଜିକରଣ ନବୀକରଣ ପାଇଁ ୫୦୦୦ ଟଙ୍କା ଦେବାକୁ ହେବ

ନୂଆଦିଲ୍ଲୀ : ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ମଙ୍ଗଳବାର ଦିନ ଜାତୀୟ ଯାନ କବାଡ଼ି ନୀତି ସମ୍ବନ୍ଧରେ ପ୍ରୋତ୍ସାହନ ଏବଂ ଅସନ୍ତୋଷ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି । ସରକାରଙ୍କ ଏହି ନୀତିରେ ଯାନ ମାଲିକମାନେ ପୁରୁଣା ତଥା ପ୍ରଦୂଷିତ ଯାନଗୁଡ଼ିକୁ କବାଡ଼ିରେ ପକାଇବାକୁ ଉତ୍ସାହିତ ହେବେ । ଏପ୍ରିଲ ୨୦୨୨ରୁ ୧୫ ବର୍ଷ ପୁରୁଣା ଗାଡିର ପଞ୍ଜିକରଣ ନବୀକରଣ ପାଇଁ ଶୁଳ୍କ ଆଠଗୁଣ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାର ପୁରୁଣା ତଥା ପ୍ରଦୂଷିତ ଯାନକୁ ବନ୍ଦ କରିବାକୁ ଚାହୁଁଛନ୍ତି । ତେଣୁ ଫି ବୃଦ୍ଧି କରାଯାଇଛି ।

ଆସନ୍ତା ବର୍ଷଠାରୁ ନୂତନ ବ୍ୟବସ୍ଥା ଲାଗୁ କରିବାକୁ ସୋମବାର ସଡକ, ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ବିଜ୍ଞପ୍ତି ଜାରି କରିଛି । ତେବେ ନୂଆ ନିୟମର ଦିଲ୍ଲୀ ଏନ୍‌ସିଆର୍‌ର ଗାଡି ମାଲିକଙ୍କ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ୧୦ ବର୍ଷରୁ ଅଧିକ ଡିଜେଲ ଯାନ ଏବଂ ୧୫ ବର୍ଷ ପୁରୁଣା ପେଟ୍ରୋଲ ଯାନ ଉପରେ ପୂର୍ବରୁ ଏଠାରେ ନିଷେଧାଦେଶ ରହିଛି ।

୧୫ ବର୍ଷରୁ ଅଧିକ କାର କିମ୍ବା ଯାତ୍ରୀବାହୀ ଯାନ ପଞ୍ଜୀକରଣର ନବୀକରଣ ପାଇଁ ସରକାର ଆଠ ଗୁଣ ପର୍ଯ୍ୟନ୍ତ ଦେୟ ବୃଦ୍ଧି କରିଛନ୍ତି । ବାଣିଜ୍ୟିକ ଯାନଗୁଡିକର ଫିଟନେସ୍ ସାର୍ଟିଫିକେଟ୍ ନବୀକରଣ ପାଇଁ ଦେୟ ମଧ୍ୟ ଆଠ ଗୁଣ ବୃଦ୍ଧି କରାଯାଇଛି । ବିଜ୍ଞପ୍ତିରେ କୁହାଯାଇଛି ଯେ, ୧୫ ବର୍ଷ ପୁରୁଣା କାର୍‌ର ପଞ୍ଜିକରଣ ନବୀକରଣ ୨୦୨୨ ଏପ୍ରିଲରୁ ୬୦୦ ଟଙ୍କା ବଦଳରେ ୫୦୦୦ ଟଙ୍କା ହେବ । ଏହି ନୂତନ ନିୟମ ହେଉଛି ସରକାରଙ୍କ ଜାତୀୟ ଯାନ ଚବାଡ଼ି ନୀତିର ଏକ ଅଂଶ । ଏପ୍ରିଲ୍ ଠାରୁ ୧୫ ବର୍ଷରୁ ଅଧିକ ବସ୍ କିମ୍ବା ଟ୍ରକ୍ର ଫିଟନେସ୍ ସାର୍ଟିଫିକେଟ୍ ପାଇଁ ଦେୟ ଆଠ ଗୁଣ ଅଧିକ ହେବ । ପୁରୁଣା ବାଇକ୍ ତଥା ଦୁଇ ଚକିଆ ପଞ୍ଜିକରଣର ନବୀକରଣ ପାଇଁ ଦେୟ ୩୦୦ ଟଙ୍କା ବଦଳରେ ୧୦୦୦ ଟଙ୍କା ହେବ ।

Leave A Reply

Your email address will not be published.

1 × five =