ସଇଁନ୍ତଳା ଅଞ୍ଚଳରେ ପୁଅ ଜିଉଁନ୍ତିଆ ପର୍ବ ପାଳିତ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ପୁଅମାନଙ୍କ ମଙ୍ଗଳ କାମନା କରି ଆଜି ସଇଁନ୍ତଲା ଅଞ୍ଚଳରେ ସାମାଜିକ ଦୁରତା ରକ୍ଷା କରି ସମସ୍ତ ମା’ ମାନେ ନିଜ ନିଜ ବାସଭବନରେ ପୁଜା ବିଧି କରିଥିବା ବେଳେ ସମସ୍ତଙ୍କ ମନରେ ଭକ୍ତିଭାବ ଜାଗ୍ରତ ହୋଇଥିଲା । ଉକ୍ତ ପୂଜାରେ ଅନ୍ୟ ବର୍ଷ ଏକ ସ୍ଥାନରେ ସମସ୍ତେ ପୁଜାବିଧି କରିଥାନ୍ତି, କିନ୍ତୁ କରୋନା ମହାମାରୀ ରୂପ ନେଉଥିବା ବେଳେ ସରକାରଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ଘରେ ଘରେ ପୁଜା ଅନୁଷ୍ଠିତ କରି ମା’ଙ୍କ ଠାରେ ପୁତ୍ରମାନଙ୍କ ମଙ୍ଗଳା କାମନା କରିଥିଲେ । ସେହିପରି ସଇଁନ୍ତଳା ବ୍ଳକ କନ୍ଧକେଲଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜଲିଆଦର୍ହ ଗ୍ରାମରେ ମେହେର ପରିବାର ମଧ୍ୟ ନିଜ ବାସଭବନରେ ନିଜ ପରିବାର ଲୋକଙ୍କ ସହ ପୁଅ ଜିଉଁନ୍ତିଆ ପର୍ବ ପାଳନ କରିଛନ୍ତି । ତେବେ ପ୍ରଥମେ ଦ୍ଵିତି ବାମନଙ୍କ ପୂଜା କରିଥିବା ବେଳେ ପରେ ଅନ୍ୟାନ୍ୟ ନୀତି ସଂପନ୍ନ କରିଥିଲେ । ଉକ୍ତ ପୁଜାରେ ବହୁ ଗୁଡିଏ ଫଳ, ମୂଳ, ଫୁଲ ମା’ଙ୍କୁ ଅର୍ପଣ କରାଯାଇଥିବା ବେଳେ ମାତା ଲୀଳାବତୀ ମେହେର ପୁରାଣ ପଠନ କରିଥିଲେ ।

Leave A Reply

Your email address will not be published.