jsm

ନିର୍ଝରିଣୀ ଆନୁକୂଲ୍ୟରେ ବିଷୁବ ଆସର ପାଳିତ

csstore

କଣ୍ଟାବାଞ୍ଜି,(କେପିଏନ୍‌ଏସ୍‌) : କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ଆନୁକୂଲ୍ୟରେ ସ୍ଥାନୀୟ ଗାୟତ୍ରୀ ଶକ୍ତି ପୀଠ ପରିସରରେ ବିଷୁବ ଆସର ପାଳିତ ହୋଇଥିଲା । ଅନୁଷ୍ଠାନର ସଭାପତି ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ମୁଖ୍ୟବକ୍ତା ଭାବରେ ଅଧ୍ୟାପକ ବିନୟ କୁମାର ଦାଶ ଯୋଗ ଦେଇ ପଣା ସଂକ୍ରାନ୍ତି, ଓଡ଼ିଆ ନବ ବର୍ଷ, ହନୁମାନ ଜୟନ୍ତୀ ଓ ଆମ୍ବେଦକର ଜୟନ୍ତୀ ଉପରେ ଆଲୋକପାତ କରିଥିଲେ।ମଞ୍ଚାସୀନ ଅତିଥି ଗଣ ନୂତନ ପାଞ୍ଜିକୁ ଉନ୍ମୋଚନ କରିବା ପରେ କୋଶଲୀ କବି ରମେଶ କୁମାର ବାରିକଙ୍କ କୋଶଲୀ କବିତା ସଂକଳନ ଚାଷୀ ପୁସ୍ତକକୁ ସମ୍ପାଦକ ବିରଞ୍ଚି ନାରାୟଣ ଦାଶ ସମୀକ୍ଷା କରିଥିଲେ । ଉପ ସଭାପତି ସୂର୍ଯ୍ୟକାନ୍ତ ରଣା ଧନ୍ୟବାଦ ଅର୍ପଣ କରିଥିଲେ । କବି ବିଭୁଦତ୍ତ ସାହୁ ଓ ଅଞ୍ଜଳି ମାଝୀଙ୍କ ସଂଯୋଜନାରେ ଏକ ବହୁଭାଷୀ କବିତା ଆସର ଅନୁଷ୍ଠିତ ହୋଇଥିଲା ।ଏଥିରେ କବି ନରେନ୍ଦ୍ର ସୁନା, କୁଞ୍ଜ ବିହାରୀ ବେହେରା, ଥମିର ଛତ୍ରିଆ,ଡ.ନାରାୟଣ ମିଶ୍ର, ରବି ନାରାୟଣ ତ୍ରିପାଠୀ, ରମେଶ କୁମାର ବେହେରା, ଭକ୍ତବନ୍ଧୁ ମେହେର, ଦୀପା ନାୟକ, ମମତା ରଣା, ବିକାଶ ଚନ୍ଦ୍ର ନାଥ, ମହିମା ପ୍ରସାଦ ରଣା, ଦୀପକ କୁମାର ମହାପାତ୍ର କବିତା ପାଠ କରିଥିଲେ । ପରିଶେଷରେ ପଣା ବଣ୍ଟନ କରାଯାଇଥିଲା ।

yuvodaya
Leave A Reply

Your email address will not be published.