csstore

ବିକାଶ ଡିଗ୍ରୀ ମହାବିଦ୍ୟାଳୟରେ ସ୍ୱଭାବ କବି ଗଙ୍ଗାଧର ଜୟନ୍ତୀ ପାଳିତ

ବରଗଡ, (କେପିଏନ୍‌ଏସ୍‌) : ସଂପୂର୍ଣ୍ଣ ସମର୍ପଣ ଭାବ ସହ ମାନବୀୟ ମୂଲ୍ୟବୋଧକୁ ଆଧାର କରି ଏକ ସରଳ, ସୁନ୍ଦର ଜୀବନ ବଂଚିବାକୁ ଗଙ୍ଗାଧର ସାହିତ୍ୟ ପ୍ରେରଣା ଦିଏ‛ବୋଲି ବିକାଶ ଡିଗ୍ରୀ ମହାବିଦ୍ୟାଳୟ ଦ୍ୱାରା ଆୟୋଜିତ ଗଙ୍ଗାଧର ମେହେର ଜୟନ୍ତୀ ଉତ୍ସବରେ ବକ୍ତାମାନେ ମତପୋଷାଣ କରିଥିଲେ । ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜୟନ୍ତୀ ଉତ୍ସବରେ ବିକାଶ ଉଚ୍ଚଶିକ୍ଷାନୁଷ୍ଠାନ ସମୁହର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡି. ନାଗେଶ୍ୱର ରାଓ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କବିଙ୍କ ପ୍ରତିଛବିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ୱଳନ କରି ସଭାକୁ ଉଦ୍‌ଘାଟନ କରିଥିଲେ । ପାର୍ବତୀଗିରୀ ମହିଳା ମହାବିଦ୍ୟାଳୟର ଓଡିଆ ପ୍ରାଧ୍ୟାପିକା ସଂଘମିତ୍ରା ମିଶ୍ର ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଗଙ୍ଗାଧର ସାହିତ୍ୟର ମାର୍ମୀକ ଆଲୋଚନା କରି ସାଂପ୍ରତିକ ସମାଜିକ ପରିସ୍ଥିରେ ତାର ପ୍ରାସଂଗିକତା ଉପରେ ଆଲୋକପାତ କରିଥିଲେ । ଅଧ୍ୟାପକ ଅଧ୍ୟାପିକାମାନେ ସ୍ୱ-ରଚିତ କବିତା ପାଠ କରି କବିଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଓଡିଆ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଛାତ୍ରୀମାନେ ସ୍ୱାଗତ ସଂଗୀତ ‘ବିଶ୍ୱ ଜୀବନ ହେ’ ପରିବେଷଣ କରିଥିବା ବେଳେ ଉପାଧ୍ୟକ୍ଷ ଆର୍‌. ଏସ୍‌. ଭି. କ୍ରୀଷ୍ଣା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିକାଶ ଲ’ ସ୍କୁଲର ଅଧ୍ୟକ୍ଷ ଡ. ବିକ୍ରମ କୁମାର ଦାସ, ନର୍ସିଂ କଲେଜ ଅଧ୍ୟକ୍ଷା ଦିପାଞ୍ଜଳୀ ପଟେଲ ଯୋଗ ଦେଇଥିବା ବେଳେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଅଧ୍ୟାପକ ସୁରଜ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.