ଦୟାନନ୍ଦ ପ୍ଲେ ସ୍କୁଲଠାରେ ୭୮ତମ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାରା ଦେଶ ୭୮ତମ ସ୍ୱାଧୀନତା ଦିବସ ପାଳନ କରିଛି । ଏହି ଅବସରରେ ବଲାଙ୍ଗିର ପେଲେସ ଲାଇନ୍‌ ଦୟାନନ୍ଦ ପ୍ଲେ ସ୍କୁଲ ପକ୍ଷରୁ ନିଆରା ଢଙ୍ଗରେ ୭୮ତମ ସ୍ୱାଧୀନତା ଦିବସ ପାଳିତ କରିଛି । ଏଥିରେ ମୁଖ୍ୟ ଅତିଥି ଭାବରେ ବେଲଖଣ୍ଡି କଲେଜର ଅଧ୍ୟାପକ ସଂଜୀବ କୁମାର ପାଣୀଗ୍ରାହୀ ଯୋଗଦାନ କରି ପତାକା ଉତ୍ତୋଳନ କରିଥିବା ବେଳେ ସ୍କୁଲର ପ୍ରିନ୍ସିପାଲ ଦିବ୍ୟନାରାୟଣ ମିଶ୍ରଙ୍କ ସହ କୁନିକୁନି ଛାତ୍ରଛାତ୍ରୀ, ଶିକ୍ଷୟିତ୍ରୀ ଓ ସ୍କୁଲର ସମସ୍ତ ସହଯୋଗୀ, ଅଭିଭାବକ ଏବଂ ଅଭିଭାବିକାମାନେ ଉପସ୍ଥିତ ଥିଲେ । ଅନ୍ୟପଟେ ଏହି ଅବସରରେ ସ୍କୁଲର କୁନିକୁନି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନିଅରା ଢଙ୍ଗରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.